fbpx

ୟୁକ୍ରେନ-ରୁଷ ଯୁଦ୍ଧ: ଦୋକାନରୁ ଜରୁରୀ ସାମଗ୍ରୀ ଓ ମେଡିସିନ୍ ଗାୟବ୍, ଭୟରେ ଏଠିସେଠି ଲୁଚିଲେ ନାଗରିକ; ସେପଟେ ବର୍ଷୁଛି ମିସାଇଲ୍

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଠାରୁ ମିଲିଟାରୀ ଆକ୍ସନ୍ ନିର୍ଦ୍ଦେଶ ମିଳିବା ପରେ ୟୁକ୍ରେନ ଉପରେ ଅହରହ ମିସାଇଲ୍ ବର୍ଷା ହେଉଛି । ଫଳରେ ସାଧାରଣ ନାଗରିକଙ୍କ ସମସ୍ୟା ଏବେ କହିଲେ ନସରେ । ୟୁକ୍ରେନରେ ବର୍ତ୍ତମାନ ଅନିଶ୍ଚିତତାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ଭିତରେ ୧ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ତିନି ପଟରୁ ୟୁକ୍ରେନ ଉପରେ ଆକ୍ରମଣ କରୁଛି ରୁଷ । ଏସବୁ ଥିରୁ ବର୍ତ୍ତିବା ପାଇଁ ଲୋକମାନେ ଏବେ ଏଣେତେଣେ ଲୁଚିବା ଆରମ୍ଭ କରିଛନ୍ତି । ଦେଶର ସ୍ଥିତି ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଇଙ୍ଗିତ କରୁଛି ।

ନାଗରିକ ମାନେ ଏବେ ସେଲଟର୍ ହୋମ୍ ରେ ଆଶ୍ରୟ ନେଉଛନ୍ତି । ୟୁକ୍ରେନର ବିଭିନ୍ନ ସହର ଉପରେ ଗୁଳିମାଡ଼ ଓ ମିସାଇଲ ବର୍ଷା କରିବା କାରଣରୁ ଅନେକ ବିଲ୍ଡିଂ, ଏୟାରବେସ୍, ସେନାଙ୍କ ଆଡ୍ଡା ଆଦି ଧ୍ୱଂସ ହୋଇଯାଇଛି । ଅନେକ ସହର କ୍ଷତିଗ୍ରସ୍ତ ହୋଇଯାଇଛି । ଖାସ୍ କରି ରାଜଧାନୀ କିଭ୍, ଖାରକିଭ୍, ଓଡେସା ଓ ଲ୍ୱିଭ୍ ଭଳି କିଛି ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କୋଲେବା କହିଛନ୍ତି ଯେ, ସମ୍ପୂର୍ଣ୍ଣ ୟୁକ୍ରେନର ସେନା ଆଡ୍ଡା ଆଖପାଖରେ ରକେଟ୍ ବର୍ଷା ହେଉଛି ।

ଏସବୁର ପ୍ରଭାବ ସବୁଠରୁ ଅଧିକ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି । ଆଗକୁ ପରିସ୍ଥିତି କଣ ହେବ ସେନେଇ କୌଣସି ନିଶ୍ଚିତତା ନଥିବାରୁ ଲୋକମାନେ ଜରୁରୀକାଳୀନ ସାମଗ୍ରୀ ଆଦି ଦୋକାନ ଗୁଡ଼ିକରୁ କିଣି ନେଉଛନ୍ତି । କିଛି ଦୋକାନରୁ ଜିନିଷ ବି ଗାୟବ୍ ହେଉଥିବା ଦେଖିବାକୁ ମିଳିଛି । ସପିଂ ମଲ୍, ଗ୍ରୋସରୀେ ମେଡିସିନ ଦୋକାନ ଆଗରେ ଲୋକଙ୍କ ଲମ୍ବା ଭିଡ଼ ଲାଗିଛି । ଅନେକ ଦୋକାନରୁ ଖାନ୍ୟ ଜିନିଷ ଗାୟବ୍ ହୋଇଯାଉଛି । କିଭ୍ ରେ ମେଡିସିନ୍ ଦୋକାନ ଗୁଡ଼ିକରୁ ଔଷଧ ସରିଆସୁଥିବା ଜଣାପଡ଼ିଛି । ଏପରି ପରିସ୍ଥିତି ଯଦି ଆଉ କିଛି ଦିନ ଲାଗି ରହିବ ତାହେଲେ ସ୍ଥିତି ବିଗିଡ଼ିଯିବ ।

Get real time updates directly on you device, subscribe now.