ନୂଆଦିଲ୍ଲୀ: ବ୍ୟାଙ୍କିଂ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି), ମାଡ୍ରାସ ପକ୍ଷରୁ ଅନଲାଇନରେ ପ୍ରିମିୟର ବ୍ୟାଙ୍କର କୋର୍ସ ଲଞ୍ଚ କରାଯାଇଛି । ଏହା ମାଧ୍ୟମରେ ବ୍ୟାଙ୍କିଂ ଓ ବିତ୍ତୀୟ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ପ୍ରାର୍ଥୀମାନେ ଉପକୃତ ହୋଇପାରିବେ । ତେବେ ଏହି ପ୍ରିମିୟର କୋର୍ସ ୪-୬ ମାସ ପାଇଁ ହେବାକୁ ଥିବାବେଳେ ଏହି କୋର୍ସ ସମାପ୍ତ ପରେ ଛାତ୍ରଛାତ୍ରୀଙ୍କୁ ଆଇଆଇଟି ମାଡ୍ରାସ ପକ୍ଷରୁ ଉପଯୁକ୍ତ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି କୁହାଯାଇଛି ।
ଏହି ସୁବିଧାର ଫାଇଦା ଉଠାଇବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଯେ କୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିବା ଆବଶ୍ୟକ । ଏଥିସହ ଦ୍ୱିତୀୟ ତଥା ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ମଧ୍ୟ ଆବେଦନ କରିପାରିବେ । ଏହି କୋର୍ସ ମାଧ୍ୟମରେ ବ୍ୟାଙ୍କିଂ, ବିତ୍ତ, ଡିଜିଟାଲ ବ୍ୟାଙ୍କିଂ, ମ୍ୟୁଚୁଆଲ ଫଣ୍ଡ, ବ୍ୟାଙ୍କିଂ ଓ ବିତ୍ତୀୟ ଟୁଲକିଟ, ବିତ୍ତୀୟ ସ୍ୱାସ୍ଥ୍ୟ ପାଇଁ ପ୍ରଶିକ୍ଷଣ ଦିଆଯିବ ।