fbpx

ବଟାନିକାଲ ଗାର୍ଡେନରେ ଭୋଜିକୁ ମିଳିଲା ଅନୁମତି, ଏଣିକି ଅନ୍‌ଲାଇନ୍ ଓ ଅଫଲାଇନ୍‌ରେ ବୁକିଂ କରିପାରିବେ ପିଣ୍ଡି

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ନନ୍ଦନକାନନ ରାଜ୍ୟ ଉଦ୍ଭିଦ ଉଦ୍ୟାନ(ବଟାନିକାଲ ଗାର୍ଡେନ)ରେ ଭୋଜି କରିବା ପାଇଁ ମିଳିଲା ଅନୁମତି । ସୋମବାର ନନ୍ଦନକାନନ କତ୍ତୃପକ୍ଷ ଏହି ଘୋଷଣା କରିବା ପରେ ପର୍ଯ୍ୟଟକଙ୍କ ମହଲରେ ଖୁସିର ଆନନ୍ଦ ଖେଳିଯାଇଛି । ଏବେ ଭୋଜି କରିବାକୁ ଇଛା କରୁଥିବା ଲୋକେ ସିଧାସଳଖ ବା ଅନଲାଇନରେ ନନ୍ଦନକାନନ ଆଣ୍ଡ୍ରଏଡ ଆପକୁ ଯାଇ ପିଣ୍ଡି ବୁକିଂ କରିପାରିବେ । ପର୍ଯ୍ୟଟକମାନେ ବରଭୋଜି ପିଣ୍ଡି, ଭୋଜି କୁଟୀର ଓ ସ୍ୱତନ୍ତ୍ର ଭୋଜି ଗୃହ ପାଇଁ ଅନଲାଇନ ମଧ୍ୟ ଟିକେଟ ବୁକିଂ କରିପାରିବେ । ତେବେ ବଣଭୋଜି ରାଜ୍ୟ ସରକାରଙ୍କ କଟକଣା ଭିତରେ ହେବ ।

ଏଠାରେ ଭୋଜି ପାଇଁ ଛୋଟ ପିଣ୍ଡି ୫ଟି, ବଡ ୩୫ଟି, ସ୍ପେଶାଲ ୯ଟି ଓ ପିକନିକ ପିଣ୍ଡ ୮ଟି ଏହିଭଳି ୫୭ଟି ପିଣ୍ଡି ରହିଛି ।ସେହିଭଳି ପର୍ଯ୍ୟଟକ ରହଣୀ ଓ ମନୋରଞ୍ଜନ ପାଇଁ ଫରେଷ୍ଟ ରେଷ୍ଟ ହାଉସ ଦୁଇଟି ରହିଛି । ଯାହାର ମୂଲ୍ୟ ୨୬୦୦ଟଙ୍କା, ହଲି ଡେ କଟେଜ ପ୍ରଥମ ମହଲା ଓ ଦ୍ୱିତୀୟ ମହଲା ପାଇଁ ୨୬୦୦ ଟଙ୍କା ରଖାଯାଇଛି ।ପର୍ଯ୍ୟଟକଙ୍କ ରହଣୀ ପାଇଁ ଥିବା ଘର ଗୁଡିକୁ ସୁବ୍ୟବସ୍ଥିତ କରାଯାଇଛି । ପ୍ରଜାପତି ଉଦ୍ୟାନ, ଗୋଲାପ ବଗିଛା, କାକଟସ ହାଉସ, ଗ୍ଲାସ ହାଉସ, ଡ୍ରାଏ ଗାର୍ଡେନ, ଗ୍ରିନ ହାଉସ, ଆର୍କିଡ ହାଉସ, ଔଷଧୀୟ ଉଦ୍ୟାନ, ଜାପାନିଜ ଗାର୍ଡେନ, ପ୍ଲାମସ ଗାର୍ଡେନ, ଶିଶୁ ଉଦ୍ୟାନ, ମୋଗଲ ଗାର୍ଡେନ, ବୁଦ୍ଧ ପାର୍କ ଆଦି ଗାର୍ଡେନ ଓ ଗେଣ୍ଡୁଠାରୁ ଗୋଲାପ ପର୍ଯ୍ୟନ୍ତ ତା ସାଙ୍ଗକୁ କାକଟସ କଇଁ ଆଦି ଫୁଲ ପର୍ଯ୍ୟଟକଙ୍କର କେନ୍ଦ୍ର ବିନ୍ଦୁ ପାଲଟିବ । ଏଠାରେ ସୂଚନା ଯୋଗ୍ୟ ରାଜ୍ୟରେ ତୃତୀୟ ଲହର ଭାଇରସ ଓମକ୍ରିନ ଭାଇରସ କ୍ଷିପ୍ରଗତିରେ ସଂକ୍ରମିତ ସଂଖ୍ୟା ହୁହୁ ହୋଇ ବଢିଚାଲିଥିବା କାରଣରୁ ଚଳିତ ବର୍ଷ ଜାନୁଆରୀ ୭ତାରିଖରୁ ବଟାନିକାଲ ଗାର୍ଡେନରେ ବଣଭୋଜ ଓ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପର୍ଯ୍ୟଟକ ଏବଂ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ବନ୍ଦ ରଖାଯାଇଥିଲା ।

Get real time updates directly on you device, subscribe now.