fbpx

ଏହି ସବୁ କାରଣରୁ ହୋଇଥାଏ ହୃଦଘାତ: ବେଳ ଥାଉ ଥାଉ ହେଇ ଯାଆନ୍ତୁ ସତର୍କ

ନୂଆଦିଲ୍ଲୀ: କ୍ରିକେଟର ଶେନ୍ ୱାର୍ଣ୍ଣଙ୍କ ହୃଦଘାତରେ ପରଲୋକ ହୋଇଛି । କ୍ରିକେଟର ଭାବରେ ୱାର୍ଣ୍ଣ ବେଶ ଫିଟ ଥିଲେ ମଧ୍ୟ ହୃଦଘାତର ଶିକାର ହୋଇଛନ୍ତି । ଜଣେ ବ୍ୟକ୍ତି ଶାରୀରିକ ଭାବରେ ଫିଟ ଥିଲେ ହେଁ ହୃଦଘାତର ବେଶ କିଛି ଲକ୍ଷଣ ରହିଥାଏ ଯାହା ଜଣାପଡିନଥାଏ । ତେବେ ଯଦି ନିମ୍ନଲିଖିତ ଲକ୍ଷଣ ଦେଖା ଦେଉଛିମ ତାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

କଣ ହୋଇଥାଏ ହୃଦଘାତ?

ହୃଦଘାତକୁ ମାୟୋକାର୍ଡିୟଲ୍ ଇନ୍ଫାର୍କସନ୍ ବୋଲି ମଧ୍ୟ କୁହାଯାଏ । ଯେତେବେଳେ ହାର୍ଟର ମାଂସପେଶୀ ଗୁଡ଼ିକୁ ପର୍ଯ୍ୟାପ୍ତ ରକ୍ତ ମିଳେ ନାହିଁ, ସେହି ସମୟରେ ଜଣେ ବ୍ୟକ୍ତି ହୃଦଘାତର ଶିକାର ହୋଇଥାଏ । ତେବେ ଏହାର ଠିମ୍ ସମୟରେ ଚିକିତ୍ସା ନକରାଇଲେ ଏହାର ମୃତ୍ୟୁ ପର୍ଯ୍ୟନ୍ତ ବାଟ କଢ଼ାଇନିଏ । ଛାତି ଯନ୍ତ୍ରଣା କିମ୍ବା ଅସ୍ୱାଭାବିକତା – ଅଧିକାଂଶ ହୃଦଘାତରେ ଛାତିର ମଧ୍ୟଭାଗ ଏବଂ ବାମ ପାର୍ଶ୍ୱରେ ଅସ୍ୱାଭାବିକତା ରହିଥାଏ, ଯାହାକି ଅନେକ ସମୟ ପର୍ୟ୍ୟନ୍ତ ରହିଥାଏ କିମ୍ବା ବାରମ୍ବାର ଆସିଥାଏ ।

ଏହାର ଳକ୍ଷଣ…
ହାଲିଆ ଲାଗିବା- ଯଦି ଆପଣ ଅତ୍ୟଧିକ ହାଲିଆ ଅନୁଭବ କରୁଥାନ୍ତି କିମ୍ବା କୌଣସି ଛୋଟ ମୋଟ କାମ କଲେ ମଧ୍ୟ ହାଲିଆ ହୋଇଯାଉଥାନ୍ତି ତେବେ ଏହା ହାର୍ଟ ଆଟାକର ଲକ୍ଷଣ ହୋଇପାରେ ।

ପାଦ ଫୁଲିବା- ହାର୍ଟ ଆଟାକ ହେବା ଯୋଗୁଁ ହାର୍ଟ ଶରୀରରେ ଠିକ୍ ଭାବର ରକ୍ତ ସଞ୍ଚାଳନ କରିପାରେ ନାହିଁ । ଯାହା ଫଳରେ ଗୋଡ଼ ଫୁଳିବା ଆରମ୍ଭ ହୋଇଥାଏ । ଏହା ମଧ୍ୟ ହାର୍ଟ ଆଟାକର ସଙ୍କେତ ହୋଇପାରେ ।

ଖାଦ୍ୟ ହଜମ ନହେବା ବା ବାନ୍ତି ହେବା- ହାର୍ଟ ଆଟାକ ଯୋଗୁଁ ବାନ୍ତି ହେବା ଭଳି ଲକ୍ଷଣ ଦେଖାଦେଇଥାଏ ।

ଛାତି କିମ୍ବା ପିଠିରେ କଷ୍ଟ ଅନୁଭବ ହେବା- ଯଦି ଆପଣ ଲଗାତାର ଛାତି କିମ୍ବା ପିଠିରେ କଷ୍ଠ ଅନୁଭବ କରୁଛନ୍ତି ତେବେ ଏହାକୁ ହେୟଜ୍ଞାନ କରନ୍ତୁ ନାହିଁ । ଏହା ମଧ୍ୟ ହାର୍ଟ ଆଟାକର ଲକ୍ଷଣ ହୋଇପାରେ ।

ଶ୍ୱାସକ୍ରିୟାରେ ଅସୁବିଧା- ଯଦି ଆପଣଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଛନ୍ତି ଏବଂ ହଠାତ୍ ହାର୍ଟ ବିଟ୍ ବଢ଼ିଯାଏ ଏହା ମଧ୍ୟ ହାର୍ଟ ଆଟାକର ଲକ୍ଷଣ ହୋଇପାରେ ।

ତେବେ ଆପଣ ଏକ ସୁସ୍ଥ ଜୀବନ ଶୈଳୀ ଦ୍ୱାରା ହାର୍ଟ ଆଟାକ ଠାରୁ ଦୂରେଇ ରହିପାରିବେ । ଏଥିପାଇଁ ଆପଣଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବା, ନିୟମିତ ଭାବରେ ବ୍ୟାୟାମ କରିବା, ତମାଖୁ ଏବଂ ମାଦକ ଦ୍ରବ୍ୟ ଠାରୁ ଦୂରେଇ ରହିବା ଏବଂ ଯେତେ ସମ୍ଭବ ଚିନ୍ତାମୁକ୍ତ ରହିବା ଦ୍ୱାରା ଏହି ରୋଗରୁ ଆମେ ଦୂରେଇ ରହିପାରିବା ।

Get real time updates directly on you device, subscribe now.