fbpx

କଟକର ମେୟର ପ୍ରାର୍ଥୀ ଭାବେ ଏହି ଅଭିନେତାଙ୍କୁ ବାଛିଲା ବିଜେପି, ଜାଣନ୍ତୁ କିଏ?

କଟକ(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପରେ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । କଂଗ୍ରେସ ଓ ବିଜେଡି ପକ୍ଷରୁ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ଏବେ ବିଜେପି କରିଛି ପ୍ରାର୍ଥୀ ଘୋଷଣା । ଗତକାଲି ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିବା ପରେ ଆଜି କଟକ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଅଭିନେତା ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ ହୋଇଛନ୍ତି । ଶ୍ରୀତମ ଦାସଙ୍କ ନାଁ ଘୋଷଣା କରିଛନ୍ତି କଟକ ନଗର ବିଜେପି ସଭାପତି ।

ଅନ୍ୟପଟେ ଡକ୍ଟର ସୁନୀତି ମୁଣ୍ଡଙ୍କୁ ଭୁବନେଶ୍ୱର ମେୟର ପ୍ରାର୍ଥୀ କରିଛି ବିଜେପି । ଏନେଇ ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଘୋଷଣା କରିଛନ୍ତି । ଜଣେ ଲେଖିକା ଭାବେ ସୁନୀତି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ସମ୍ବଲପୁର ୟୁନିଭର୍ସିଟିରୁ ଓଡ଼ିଆରେ ସ୍ନାତକୋତ୍ତର ହାସଲ କରିଛନ୍ତି ।

ଅନ୍ୟପଟେ ଗତକାଲି ୩ ଟି ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ହୋଇଛନ୍ତି ମେୟର ପ୍ରାର୍ଥୀ । ଏହା ସହ କଟକ ପାଇଁ ସାଂସଦ ସୁବାସ ସିଂହ ହୋଇଛନ୍ତି ବିଜେଡିର ମେୟର ପ୍ରାର୍ଥୀ । ସେହପିରି ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ କରିଛି ବିଜେଡି ।

Get real time updates directly on you device, subscribe now.