fbpx

‘The Kashmir Files’ରେ ଦେଖିବାକୁ ମିଳିଲା ରିୟଲ୍ ସିନ୍, ଦେଖନ୍ତୁ ୨୦ଜଣଙ୍କୁ ହତ୍ୟା କରିଥିବା ବିଟ୍ଟା କରାଟେର ଅସଲି ଭିଡିଓ

ନୂଆଦିଲ୍ଲୀ: ମାର୍ଚ୍ଚ ୧୧ ତାରିଖରେ ସିନେମାଘର ଗୁଡିକରେ ରିଲିଜ୍ ହୋଇଥିବା ‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ଦର୍ଶକମାନେ ଅଭୂତପୂର୍ବ ଭଲପାଇବା ଦେଉଛନ୍ତି। ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ଭାରତରେ ୩.୫୫ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ଵିତୀୟ ଦିନ(ମାର୍ଚ୍ଚ ୧୨)ରେ ୮.୫୦ କୋଟି ଆୟ କରିଛି। ଯାହାକି ପ୍ରଥମ ଦିନର ଆୟ ଠାରୁ ୧୩୯.୪୪ ପ୍ରତିଶତ ଅଧିକ। ‘ଦ କଶ୍ମୀର ଫାଇଲ୍ସ’ ଦୁଇଦିନରେ ମୋଟ ୧୨.୦୫ କୋଟି ଆୟ କରିଛି। ୧୯୯୦ ମସିହାରେ ହୋଇଥିବା ନରସଂହାର ଓ କାଶ୍ମୀରୀ ପଣ୍ଡିତଙ୍କ ସହ ହୋଇଥିବା ଛାତିଥରା ଅତ୍ୟାଚାର ସମ୍ପର୍କରେ ଅନେକ ଲୋକ ଜାଣି ନାହାନ୍ତି । କିନ୍ତୁ ଏହି ଫିଲ୍ମକୁ ଦେଖିବା ପରେ ସେମାନେ ନିଶ୍ଚୟ ଜାଣିଯିବେ । ଦୁଇଦିନ ମଧ୍ୟରେ ଫିଲ୍ମଟି ବକ୍ସ ଅଫିସ୍ ରେ ଭଲ ଆୟ କରିଛି ।

ତେବେ ଫିଲ୍ମରେ ଏପରି କିଛି ସିନ୍ସ ରହିଛି ଯାହା ଆପଣ ମାନଙ୍କ ହୃଦୟକୁ ଥରାଇ ଦେବ । ଫିଲ୍ମରେ ଜମ୍ମୁ-କାଶ୍ମୀର ଲିବରେସନ୍ ଫ୍ରଣ୍ଟ୍ ର ଆତଙ୍କବାଦୀ ବିଟ୍ଟା କରାଟେର ଇଣ୍ଟରଭିୟୁ ମଧ୍ୟ ଦେଖାଯାଇଛି । ତାର ଅସଲି ଭିଡିଓ ଆପଣ ମାନେ ୟୁଟ୍ୟୁବ୍ ରେ ବି ପାଇଯିବେ । ଫିଲ୍ମରେ ବିଟ୍ଟା କରାଟେ ଏକଦମ୍ ଖୋଲାଖୋଲି ଭାବରେ କହିଛି ଯେ, ସେ ହତ୍ୟା କରୁଛି । ବାସ୍ତବରେ ବି ସେ ୨୦ ଜଣଙ୍କୁ ହତ୍ୟା କରିଥିବା କଥା ସ୍ୱୀକାର କରିଛି । ଏଥିରେ ଅଧିକାଂଶ କାଶ୍ମୀର ପଣ୍ଡିତ ରହିଛନ୍ତି ।

ଫିଲ୍ମକୁ କ୍ରିଟିକ୍ସ ଓ ଦର୍ଶକଙ୍କ ଜବରଦସ୍ତ ବାଃ ବାଃ ମିଳିଛି । ନିର୍ଦ୍ଦେଶକ ବିବେକ ରଂଜନ ଫିଲ୍ମ ଦ କାଶ୍ମୀର ଫାଇଲ୍ସ ଉପରେ ଅନେକ ରିସର୍ଚ୍ଚ କରିଥିଲେ । ରିପୋର୍ଟ ଅନୁସାରେ, ସେ କାଶ୍ମୀର ପଣ୍ଡିତଙ୍କ ଠାରୁ ତଥ୍ର ସଂଗ୍ରହ କରି କିଛ୍ରି ସତ କାହାଣୀକୁ ସ୍କ୍ରିନ୍ ରେ ପ୍ରଦର୍ଶିତ କରିଛନ୍ତି । ଫିଲ୍ମରେ ଏକ ସିନ୍ ରେ ବିଟ୍ଟା କରାଟେର ଇଣ୍ଟରଭିୟୁ ଦେଖିବାକୁ ମିଳିଛି । ଏଥିରେ ସେ ଚମକାଇବା ପରି ଖୁଲାସା କରିଛି ।

ଦ କାଶ୍ମୀର ଫାଇଲ୍ସ ରେ ବିଟ୍ଟା କହିଛି ଯେ, ହତ୍ୟା କରିବା ନେଇ ତାକୁ ଅର୍ଡର୍ କରାଯାଇଥିଲା । ଯଦି କହିଥାନ୍ତେ ତାହେଲେ ସେ ନିଜ ମାଆକୁ ବି ମାରିଦେଇଥାନ୍ତା ବୋଲି ମଧ୍ୟ ସେ କହିଛି । ସେ କହିଛି ଯେ, ପ୍ରଥମେ ଯେବେ ସେ ହତ୍ୟା କରିଥିଲା ଖୁବ୍ ଅସ୍ତବ୍ୟସ୍ତ ଲାଗିଥିଲା । ଏହାପରେ ସବୁକିଛି ତା ପାଇଁ ନର୍ମାଲ ହୋଇଯାଇଥିଲା । କୁହାଯାଉଛି ଯେ, ବିଟ୍ଟା ଲୋକଙ୍କୁ ଖୁବ୍ ଖରାପ ତରିକାରେ ହତ୍ୟା କରୁଥିଲା ।

୧୯୯୦ ମସିହାରେ ୧ ଲକ୍ଷ କାଶ୍ମୀର ପଣ୍ଡିତଙ୍କୁ ସେମାନଙ୍କର ହିଁ ଘର ଛାଡ଼ିବାକୁ ବାଧ୍ୟ କରିଦିଆଯାଇଥିଲା । ରାତାରାତି ବେଘର କରିଦିଆଗଲା । ୧୯୮୯ ରୁ ହିଁ କାଶ୍ମୀର ରେ ହତ୍ୟାର ଧାରା ଆରମ୍ଭ ହୋଇଯାଇଥିଲା । ବିଟ୍ଟା କରାଟେ ଓରଫ୍ ଫାରୁକ୍ ଅହମଦ୍ ସେ ସମୟରେ ଘାଟିରେ ହତ୍ୟାର ତାଣ୍ଡବ ରଚିଥିଲା । ସେ କାଶ୍ମୀର ପଣ୍ଡିତ ମାନଙ୍କୁ ଖୋଜି ଖୋଜି ମାରୁଥିଲା । ଆଉ ଆଶ୍ଚର୍ଯ୍ୟର କଥା ଯେ, ଲୋକମାନେ ବି ତାର ସାଥ୍ ଦେଉଥିଲେ ।

Get real time updates directly on you device, subscribe now.