fbpx

ମଣିଷର ଆବଶ୍ୟକତାରେ ଆସୁନି ୨୦ ହଜାର ପ୍ରଜାତିର ଗଛ: ପୃଥିବୀ ପୃଷ୍ଠରୁ ହୋଇଯିବ ନିଶ୍ଚିହ୍ନ

ନୂଆଦିଲ୍ଲୀ: ମଣିଷ ପାଇଁ ପୃଥିବୀରେ ବିଭିନ୍ନ ପରିବର୍ତ୍ତନ ଘଟିଥାଏ । ପୃଥିବୀକୁ ମଣିଷ ନିଜର ଆବଶ୍ୟକତା ଅନୁସାରେ ପୃଥିବୀରେ ପରିବର୍ତ୍ତନ କରାଇଥାଏ । ଏହି କାରଣରୁ ପୃଥିବୀରୁ କିଛି ପ୍ରଜାତିର ଗଛ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିହ୍ନ ହୋଇଯିବ । ପ୍ରାୟ ୨୦ ହଜାର ପ୍ରଜାତିର ଗଛ ପୃଥିବୀ ପୃଷ୍ଠରୁ ନିଶ୍ଚହ୍ନ ହେବ । ବର୍ତ୍ତମାନ ସମଗ୍ର ବିଶ୍ୱରେ ୮୦ ହଜାର ପ୍ରଜାତିର ଗଛ ରହିଛି । ତେବେ ବିଭିନ୍ନ ରିସର୍ଚ୍ଚରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏଥିମଧ୍ୟରୁ ୨୦ ହଜାର ପ୍ରଜାତି ଖୁବ ଶୀଘ୍ର ବିଲୁପ୍ତ ହୋଇଯିବ ।

ପୃଥିବୀ ପୃଷ୍ଠରେ ସର୍ଭାଇଭାଲ ଅଫ୍ ଦ ଫିଟେଷ୍ଟ ପୂର୍ବରୁ କେବଳ ମଣିଷ ଓ ପଶୁ ପକ୍ଷୀ ମାନଙ୍କ ପାଇଁ ପ୍ରଚଳିତ ଥିଲା । ତେବେ ଏହି ଧାରାରେ ବର୍ତ୍ତମାନ ଗଛ ଗୁଡିକ ମଧ୍ୟ ସାମିଲ ହୋଇଛନ୍ତି । ମଣିଷର ବ୍ୟବହାରରେ ଆସୁନଥିବା ଗଛ ଗୁଡିକ ଧୀରେ ଧୀରେ ବିଲୁପ୍ତ ହେବାକୁ ଯାଉଛନ୍ତି । ଏହା ସହିତ ଯେଉଁ ଗଛ ଗୁଡିକ ପରିବର୍ତ୍ତିତ ପରସ୍ଥିତି ସହିତ ଖାପ ଖୁଆଇ ପାରିବେ ନାହିଁ ସେମାନେ ଧୀରେ ଧୀରେ ନିଶ୍ଚିହ୍ନ ହୋଇଯିବେ । ପ୍ଲାଣ୍ଟସ ପିପୁଲ୍ ପ୍ଲାଣ୍ଟ ନାମକ ଏକ ପେପରରେ ଏହି ତଥ୍ୟ ପ୍ରକାଶ ପାଇଛି ।

Get real time updates directly on you device, subscribe now.