fbpx

ଅଧିବେଶନ ପୂର୍ବରୁ ସମସ୍ତଙ୍କ ହେବ କୋଭିଡ୍ ଟେଷ୍ଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ସର୍ବଦଳୀୟ ବୈଠକ ଆୟୋଜିତ ହୋଇଯାଇଛି । ବୈଠକ ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ଚଳିତ ଥର କୋଭିଡ୍ କଟକଣାରେ ବିଧାନସଭା ଅଧିବେଶନ ଚାଲିବ । ପୂର୍ବରୁ ଯେଉଁ ବ୍ୟବସ୍ଥା ରହିଥିଲା ସେହି ବ୍ୟବସ୍ଥା ରହିବ । ଅଧିବେଶନ ପୂର୍ବରୁ ସମସ୍ତଙ୍କ କୋଭିଡ୍ ଟେଷ୍ଟ୍ କରାଯିବ ।

ସୂଚନା ଅନୁସାରେ, ବିଧାନସଭାର ଏହି ସ୍ୱଳ୍ପକାଳୀନ ଅଧିବେଶନରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବା ସହ ୪ ମାସର ଲେଖାନୁଦାନ ଗୃହୀତ ହେବାର କାର୍ୟ୍ୟକ୍ରମ ରହିଛି । ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ଓ ଏହା ଉପରେ ୩ ଦିନ ଧରି ଗୃହରେ ଆଲୋଚନା ହେବାର କାର୍ୟ୍ୟକ୍ରମ ଥିବାବେଳେ ମାର୍ଚ୍ଚ ୩୦ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ । ମାର୍ଚ୍ଚ ୩୧ ତାରିଖରେ ଲେଖାନୁଦାନ ସଂକ୍ରାନ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ । ଚଳିତ ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେଉଥିଲେ ମଧ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି ସମୟ ଅଭାବରୁ ତାହା ପାରିତ କରିବା ସମ୍ଭବପର ନଥିବାରୁ ସରକାର ପରେ ଏହି ପୂର୍ଣ୍ଣାଙ୍ଗ ବଜେଟ୍ ଅଧିବେଶନ ଡାକିବେ ବୋଲି ଜଣାପଡ଼ିଛି ।

 

 

Get real time updates directly on you device, subscribe now.