fbpx

୪ଛୁଆର ମାକୁ ଧରି ଚମ୍ପଟ୍ ମାରିଲା ୨ଛୁଆର ବାପା: ଅଣ୍ଡା ବ୍ୟବସାୟଙ୍କ ସ୍ତ୍ରୀ କଲେ ଅଭିଯୋଗ

ନିଆଳି, (ଭାସ୍କର ନ୍ୟୁଜ୍‌) : ଦେବୀ କନ୍ଦଳ ଦ୍ୱୀପାଞ୍ଚଳ କସର୍ଦା ପଞ୍ଚାୟତ ବୋତାଖାଲ ଗ୍ରାମରେ ୪ ଛୁଆର ମା ସେହି ଗ୍ରାମରେ ଜଣେ ଅଣ୍ଡା ବ୍ୟବସାୟ କରୁଥିବା ୨ ଛୁଆର ବାପା ସାଙ୍ଗରେ ଗତକାଲି କେଉଁଆଡେ ଫେରାର୍‌ ହୋଇଯାଇଛନ୍ତି । ଏନେଇ ୨ ଛୁଆର ମା’ ନିଆଳି ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣା ଏବେ ଦ୍ୱୀପାଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ୭ ଜଣ ଛୋଟ ଛୋଟ ଛୁଆଙ୍କ ଭବିଷ୍ୟତ ଏବେ ଅନ୍ଧାର ଘେରରେ । ଏନେଇ ଥାନାରେ ଅଭିଯୋଗ କରିବା ସମୟରେ ପୋଲିସ୍‌ର ଜଣେ କର୍ମଚାରୀ ସମ୍ପୃକ୍ତ ମହିଳାଙ୍କୁ ସୁପ୍ରିମ୍‌ କୋର୍ଟର ନିର୍ଦ୍ଦେଶ କଥା ପାଠ ପଢାଉଥିଲା । ପରିସ୍ଥିତି ଏପରି ହେଲା କି ସମ୍ପୃକ୍ତ ପରିବାର ସଦର ଏସ୍‌.ଡି.ପି.ଓ ଙ୍କୁ ଭେଟିବା ପରେ ନିଆଳି ପୋଲିସ୍‌ ବାଧ୍ୟ ହୋଇ ଏତେଲା ରଖିଥିଲା । ଏନେଇ ନିଆଳି ଆଇଆଇସି ବିଜୟ ମଲ୍ଲିକଙ୍କୁ ଫୋନ୍‌ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନଥିଲେ ।

Get real time updates directly on you device, subscribe now.