CHARIDHAM

ଆର୍ଜେଣ୍ଟିନା ବିପକ୍ଷ ପ୍ରୋ-ଲିଗ୍‌ ହକି ମ୍ୟାଚ୍‌: ୨୨ଜଣିଆ ଭାରତୀୟ ଦଳ ଘୋଷଣା

ଭୁବନେଶ୍ୱର: ଚଳିତ ମାର୍ଚ୍ଚ ମାସ ୧୯ ଓ ୨୦ ତାରିଖ ଦିନ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ-ଆର୍ଜେଣ୍ଟିନା ପ୍ରୋ ଲିଗ ହକି ମ୍ୟାଚ । ତେଣୁ ବୁଧବାର ଦିନ ହକି ଇଣ୍ଡିଆ ପକ୍ଷରୁ ୨୨ଜଣିଆ ଭାରତୀୟ ଦଳର ନାମ ତାଲିକା ଘୋଷଣା କରାଯାଇଛି । ଗତ ବର୍ଷ ଅନୁଷ୍ଠିତ ଏଫଆଇଏଚ ଜୁନିୟର ପୁରୁଷ ହକି ବିଶ୍ୱକପରେ ଭାରତ ପାଇଁ ଖେଳିଥିବା ମୋଇରାଙ୍ଗଥେମ ଏକମାତ୍ର ନୂଆ ଖେଳାଳି ଭାବେ ଆର୍ଜେଣ୍ଟିନା ବିପକ୍ଷ ପ୍ରୋ ଲିଗ ହକି ମ୍ୟାଚ ଖେଳିବା ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ।

ସେହିପରି ଭାରତୀୟ ଦଳରେ ପୁରୁଖା ଗୋଲ କିପର ପିଆର ଶ୍ରୀଜେଶ, କ୍ରିଷ୍ନା ବାହାଦୁର ପାଠକ, ଡିଫେଣ୍ଡର ହରମନପ୍ରୀତ ସିଂ, ଜୁଗରାଜ ସିଂ, ସୁରେନ୍ଦର କୁମାର, ବରୁଣ କୁମାର, ଜରମନପ୍ରୀତ ସିଂ ଓ ଅମିତ ରୋହିଦାସ ପ୍ରମୁଖ ସ୍ଥାନ ପାଇଛନ୍ତି । ସେହିପରି ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳି ମାନେ ହେଲେ ମିଡଫିଲ୍ଡର ମନପ୍ରୀତ ସିଂ, ବିବେକ ସାଗର ପ୍ରସାଦ,ହାର୍ଦ୍ଦିକ ସିଂ,ସୁମିତ, ଶାମଶେର ସିଂ, ନୀଲକଣ୍ଠ ଶର୍ମା, ମୋଇରାଙ୍ଗଥେମ ରବିଚନ୍ଦ୍ରସିଂ, ଫରୱାର୍ଡ ଖେଳାଳି ଗୁରଜନ୍ତ ସିଂ, ମନଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ, ଣିଳାନନ୍ଦ ଲାକ୍ରା, ସୁଖଜିତ ସିଂ, ଦିଲପ୍ରୀତ ସିଂ, ,ଅଭିଶେକଙ୍‌କ ସହିତ ସୁରଜ କାରକେରା ,ମନଦୀପ ମୋର, ଦିପସନ ତିର୍କୀ, ନିଳମ ସଞ୍ଜିବ ଖେସ୍‌, ସଞ୍ଜୟ, ଜସକରଣ ସିଂ, ଆକାଶଦୀପ ସିଂ, ଆଶୀଷ କୁମାର ଟପନୋ, ଗୁରସାହିବଜିତ ସିଂ ଓ ମହମଦ ରାହିଲ ଷ୍ଟାଣ୍ଡବାଇ ଖେଳାଳି ଭାବେ ମନୋନୀତ ହୋଇଛନ୍ତି । ଏହା ପୂର୍ବରୁ ସ୍ପେନ ବିପକ୍ଷରେ ଭାରତ ଦୁଇ ମ୍ୟାଚ ଖେଳି ଗୋଟିଏ ମ୍ୟାଚରେ ବିଜୟୀ ଓ ଅନ୍ୟ ମ୍ୟାଚରେ ପରାସ୍ତ ହୋଇଥିଲା ।