କେଉଁ ପ୍ରଫେସନର ଲୋକ କିପରି ଇଅର୍‌ରିଙ୍ଗ ପିନ୍ଧିବେ ଜାଣନ୍ତୁ…..

ଭୁବନେଶ୍ବର (ଭାସ୍କର ନ୍ୟୁଜ୍): ପୋଷାକ ପରିଚ୍ଛଦ ସହ ଯୁବତୀ-ମହିଳାମାନେ ଆକର୍ଷଣୀୟ ଇୟରରିଙ୍ଗ୍‌ ଓ ନେକପିସ୍‌ ପିନ୍ଧିବାକୁ ବେଶ୍‌ ପ୍ରାଧାନ୍ୟ ଦେଇଥାନ୍ତି । ତେବେ ଆଜିର ସମୟରେ ଉଭୟ ଦୋକାନ- ଅନ-ଲାଇନ୍‌ ସପିଂ ସାଇଟରେ ଡିଜାଇନର ଇୟରରିଙ୍ଗ୍‌ ଉପଲବ୍ଧ ହେଉଛି । କର୍ମଜୀବୀ ମହିଳାମାନେ ହାଲୁକା ତଥା ପାରମ୍ପରିକ ଡିଜାଇନର ପ୍ରସ୍ତୁତ ହେଉଥିବା ଇୟରରିଙ୍ଗ ପିନ୍ଧିବାକୁ ପ୍ରାଧାନ୍ୟ ଦେଉଛନ୍ତି । ଗୃହିଣୀମାନେ ବିବାହ କିମ୍ବା ଅନ୍ୟାନ୍ୟ ଉତ୍ସବରେ ଶାଢି ସହ କୁନ୍ଦନ ଇୟରରିଙ୍ଗ ପିନ୍ଧିବା ଏବର ସବୁଠୁ ଉତମ ଫେଶନରେ ପରିଗଣିତ ହେଉଛି । ଷ୍ଟଡ୍‌ ଓ ଷ୍ଟୋନ୍‌ ଇୟରରିଙ୍ଗ ମଧ୍ୟ କଲେଜ ପଢୁଆ ଯୁବତୀଙ୍କ ନିମନ୍ତେ ଭଲ ଷ୍ଟାଇଲ ବୋଲି ଫେଶନ୍‌ ଡିଜାଇନରଙ୍କ ମତ ।୫୦ ଟଙ୍କାରୁ ଆରମ୍ଭ କରି ୬୦୦ ଟଙ୍କା ପର୍ଯ୍ୟନ୍ତ ଇୟରରିଙ୍ଗ ବିଭିନ୍ନ ଅନ୍ୟ-ଲାଇନ୍‌ ସାଇଟରେ ଉପଲବ୍ଧ ହୋଇଥାଏ ।