fbpx

ଭାରତରେ ଲଞ୍ଚ ହେଲା Redmi 10,  କମ୍ ବଜେଟରେ 6000 mAh ବ୍ୟାଟେରୀ ସହ ମିଳୁଛି 50 MP କ୍ୟାମେରା

ରେଡମୀ ଭାରତରେ ଏହାର ନୂଆ ବଜେଟ ସ୍ମାର୍ଟଫୋନ ଲଞ୍ଚ କରିଛି । କମ୍ପାନୀର ଏହି ନୂଆ ସ୍ମାର୍ଟଫୋନ ହେଉଛି Redmi 10 ସ୍ମାର୍ଟଫୋନକୁ ବଜେଟ୍ ଦାମରେ ଲଞ୍ଚ କରିଛି । ଯାହାକୁ ଆକର୍ଷକ ଫିଚର୍ସ ସହ ଲଞ୍ଚ କରାଯାଇଛି । ଏହି ଫୋନରେ 50 MPର କ୍ୟାମେରା ରହିଛି । ସେହିଭଳି ଦମଦାର ପ୍ରୋସେସର ବ୍ୟାଟେରୀ ମଧ୍ୟ ଦେଖିବାକୁ ମିଳିବ । ତେବେ ଆସନ୍ତୁ ଜାଣିବା ସ୍ମାର୍ଟଫୋନର ଦାମ ଏବଂ ଫିଚର୍ସ ।

ଏମିତି ରହିଛି ଏହାର ସ୍ପେସିଫିକେସନ:

Redmi 10  ସ୍ମାର୍ଟଫୋନରେ 6.71 inchର IPS LCD ସ୍କ୍ରିନ୍ ମିଳିବ । ଫୋନ Qualcomm Snapdragon 680 ପ୍ରୋସେସର ଦ୍ୱାରା ପରିଚାଳିତ । କ୍ୟାମେରା କହିଲେ ଏଥିରେ ଡୁଆଲ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି । ଯେଉଁଥିରେ 50 MP ପ୍ରାଇମେରୀ କ୍ୟାମେରା ରହିଛି । ଏହା ଛଡ଼ା ଫୋନରେ 2 MPର ଡେପ୍ଥ ସେନ୍ସର ମଧ୍ୟ ଦିଆଯାଇଛି । ସେହିଭଳି 5 MPର ଫ୍ରଣ୍ଟ କ୍ୟାମେରା ରହିଛି । ଡିଭାଇସ Android 11 ଏବଂ MIUI 13 ଦ୍ୱାରା ପରିଚାଳିତ । ଡିଭାଇସରେ 6000 mAhର ବ୍ୟାଟେରୀ ଦିଆଯାଇଛି, ଯାହା 18 W ଚାର୍ଜିଂ ସପୋର୍ଟ ସହ ରହିଛି । ଫୋନରେ ସାଇଡ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ଦିଆଯାଇଛି ।

ରେଡମୀ ଏହି ଫୋନକୁ ଦୁଇଟି ଭ୍ୟାରିଏଣ୍ଟରେ ଲଞ୍ଚ କରିଛି । ଏହାର ୪ ଜିବି+୬୪ ଜିବି ଷ୍ଟୋରେଜ ଯାହାର ଦାମ ୧୦,୯୯୯ ଟଙ୍କା ଏବଂ ଅନ୍ୟ ଏକ ଭ୍ୟାରିଏଣ୍ଟ ୬ ଜିବି+୧୨୮ ଜିବି ଯାହାର ଦାମ୍ ୧୨,୯୯୯ ଟଙ୍କା ରହିଛି । ଏଚଡିଏଫସି ବ୍ୟାଙ୍କ କ୍ରେଡିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡ ଇଏମଆଇ ଟ୍ରାଞ୍ଜାକ୍ସନରେ ଫୋନରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଛାଡ଼ ମିଳିବ । ଏହି ଫୋନର ଫ୍ଲିପକାର୍ଟ ଏବଂ mi.com ରୁ କିଣିପାରିବେ । ଏହାର ପ୍ରଥମ ସେଲ ୨୪ ମାର୍ଚ୍ଚରୁ ଆରମ୍ଭ ହେବ ।

 

Get real time updates directly on you device, subscribe now.