fbpx

ସ୍ପୋର୍ଟସ ଆଇକନ ଅଫ ଦ ଇୟର ଆୱାର୍ଡରେ ସମ୍ମାନିତ ହେଲେ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଖେଳାଳି ତଥା ଅଧିନାୟକ ସୁରେଶ ରାଇନାଙ୍କୁ ମିଳିଛି ବଡ ସମ୍ମାନ । ସ୍ପୋର୍ଟସ ଆଇକନ ଅଫ ଦ ଇୟର ଭାବରେ ରାଇନାଙ୍କୁ ସମ୍ମାନିତ କରିଛନ୍ତି ମାଲଦୀବ ସରକାର । ଅନେକ ମହାନ ଖେଳାଳିଙ୍କୁ ପଛରେ ପକାଇ ଏହି ଆୱାର୍ଡକୁ ନିଜ ନାମରେ କରିଛନ୍ତି ମିଷ୍ଟର IPL । ଚେନ୍ନାଇକୁ ଅନେକ ଥର ଜଟିଳ ପରିସ୍ଥିତିରୁ ବାହାର କରି ମ୍ୟାଚ ଜିତାଇଛନ୍ତି ରାଇନା । ତେବେ କିନ୍ତୁ ଚଳିତ ବର୍ଷ କୌଣସି ଦଳ ଚିନ୍ନା ଥାଲାଙ୍କ ଉପରେ ଭରସା ଦେଖାଇନାହିଁ । ତେଣୁ IPLର ୨୦୨୨ ସିଜନ ପାଇଁ ଅନସୋଲ୍ଡ ରହିଛନ୍ତି ସୁରେଶ ରାଇନା ।

ରିଅଲ ମାଦ୍ରିଦର ଫୁଟବଲର ରବର୍ଟୋ କାର୍ଲୋସଙ୍କ ସମେତ ଧାବକ ଅସାଫା ପାୱେଲ ଏବଂ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସନଥ ଜୟସୁରିୟାଙ୍କ ନାମ ଏହି ସମ୍ମାନ ପାଇଁ ତାଲିକାଭୁକ୍ତ ହୋଇଥିଲେ ହେଁ, ରାଇନା ସମସ୍ତଙ୍କୁ ପଛରେ ପକାଇ ଏହାକୁ ନିଜ ନାମରେ କରିଛନ୍ତି । ଆଜିର ଏହି ଆୱାର୍ଡ ସମାରୋହରେ ବାଂଲାଦେଶ, ସାଉଦୀ ଆରବ, ମାଲଦୀବର ମନ୍ତ୍ରୀ ଏବଂ ଅଧିକାରୀମାନେ ସାମିଲ ରହିଥିଲେ । ମାଲଦୀବର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲେହ ମଧ୍ୟ ଏହି ଉତ୍ସବରେ ଉପସ୍ତିତ ରହିଥିଲେ । ଏଭଳି ଏକ ଉଚ୍ଚ ସମ୍ମାନରେ ସମ୍ମାନିତ ହେବା ପରେ ରାଇନା ଟ୍ୱିଟ କରି ମାଲଦୀବର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

IPL Auction 2022: CSK CEO Kasi Viswanath Explains Why Suresh Raina Wasn't Picked By Franchise | Cricket News

Get real time updates directly on you device, subscribe now.