fbpx

ଚନ୍ଦ୍ରଯାନ-୨,ମିଳିଲା ଲ୍ୟାଣ୍ଡର ବିକ୍ରମର ଭଗ୍ନାବିଶେଷ

ନୂଆଦିଲ୍ଲୀ, ୩ା୧୨: ଆଜି ବିକ୍ରମ ଲ୍ୟାଣ୍ଡରକୁ ନେଇ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଏକ ଫଟୋ ଜାରି କରିଛି । ନାସା ପକ୍ଷରୁ ଟ୍ୱିଟର ମାଧ୍ୟମରେ ଫଟୋ ଜାରି କରାଯାଇଛି । ସେ କହିଛି ଚନ୍ଦ୍ର ପୃଷ୍ଠରେ ହିଁ ବିକ୍ରମ ଲ୍ୟାଣ୍ଡରର ଭଗ୍ନାବିଶେଷ ପଡ଼ି ରହିଛି । ଏହାସହ ବିକ୍ରମ ଅବତରଣ ବେଳେ ଧକ୍କା ହୋଇଥିବା ସ୍ଥାନ ମଧ୍ୟ ଚିହ୍ନଟ ହୋଇଛି । ଯେଉଁପଟେ କ୍ରାସ ହୋଇଥିଲା ସେପଟ ସାଇଟର ୭୫୦ମିଟର ଦୂରରେ ଭଗ୍ନାବିଶେଷ ପଡ଼ିଛି ।

ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୭ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଛଡ଼ାଯାଇଥିବା ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଚେଷ୍ଟା କରିବା ସମୟରେ ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ବିଛିନ୍ନ ହୋଇଥିଲା । ଚନ୍ଦ୍ରପୃଷ୍ଠରୁ ଆଉ ମାତ୍ର ୨.୧ କିମି ଦୂରରେ ଥିବା ସମୟରେ ବିକ୍ରମ ସହ ସମ୍ପର୍କ ଛିନ୍ନ ହୋଇଥିଲା । ଯାହାଫଳରେ ଭାରତର ଐତିହାସିକ ଚନ୍ଦ୍ରଯାନ-୨ ମିଶନ ସଫଳ ହୋଇପାରିନଥିଲା । କିନ୍ତୁ ଏବେ ମଧ୍ୟ ଅରବିଟର ଚନ୍ଦ୍ର ଚତୁଃପାଶ୍ୱର୍ରେ ପରିକ୍ରମା କରୁଛି ।

Get real time updates directly on you device, subscribe now.