fbpx

୨୪ ଘଣ୍ଟାରେ ବଦଳିଯିବ ଏହି ଲୋକଙ୍କ ଭାଗ୍ୟ ! ବୁଧଙ୍କ ପ୍ରବେଶ ହେତୁ ୪ ରାଶିର ଲୋକ ହେବେ ମାଲାମାଲ୍

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ ଶୁଭ ଗ୍ରହଙ୍କ ମଧ୍ୟରେ ଏକ ବୁଧ ଗ୍ରହ କାଲି ଅର୍ଥାତ୍ ୨୪ ମାର୍ଚ୍ଚ ୨୦୨୨ରେ ରାଶି ପରିବର୍ତ୍ତନ କରିବାକୁ ଯାଉଛି । ବୁଧ ଦେବ ବାଣୀ, ବୁଦ୍ଧି ଓ ବ୍ୟବସାୟର ଦେବତା କୁହନ୍ତି । ରାଶିଫଳରେ ବୁଧ ଥିଲେ ଶୁଭ ହୋଇଥାଏ ଓ ସେହି ଜାତକର ଲୋକମାନେ ଧନୀ ଓ ବୁଦ୍ଧିମାନ ହୋଇଥାନ୍ତି । ଯଦି ଆପଣ ବ୍ୟବସାୟ କରୁଥାନ୍ତି, ତେବେ ପ୍ରବଳ ଟଙ୍କା ରୋଜଗାର କରିବାର ଯୋଗ ରହିଛି । ବୁଧ ୨୪ ମାର୍ଚ୍ଚରେ ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛି, ଯେଉଁଥିରେ ଗ୍ରହଙ୍କ ରାଜା ସୂର୍ଯ୍ୟ ପ୍ରଥମରୁ ଉପସ୍ଥିତ ଅଛନ୍ତି । ବୁଧଙ୍କ ପ୍ରବେଶ ୪ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ତେବେ ଆସନ୍ତୁ ଜାଣିବା କି, ବୁଧ କେଉଁ ରାଶିର ଲୋକଙ୍କୁ ମାଲାମାଲ୍ କରିବ…

ବୃଷ:
ବୃଷ ରାଶିର ଲୋକଙ୍କ ପାଇଁ ରୋଜଗାରର ସାଧନ ବଢ଼ାଇପାରନ୍ତି ବୁଧ ଗ୍ରହ । ଧନ ଲାଭ ହୋଇପାରେ । କ୍ୟାରିଅରରେ ଲାଭବାନ୍ ହେବା ସହ ରୋଜଗାର ବଢ଼ିପାରେ । ଅଚାନକ୍ ବଡ଼ ଲାଭ ଓ ସଫଳତା ହାସଲ ହୋଇପାରେ । ଆପଣ କେଉଁ ସ୍ଥାନକୁ ବୁଲିବାକୁ ବି ଯାଇପାରନ୍ତି ।

ମିଥୁନ:
ମିଥୁନ ରାଶିର ଲୋକଙ୍କ ପାଇଁ ବୁଧ ଦେବଙ୍କ ରାଶି ପରିବର୍ତ୍ତନ ଅତ୍ୟନ୍ତ ଶୁଭ ହେବ । ସେମାନଙ୍କୁ ନିଜ କ୍ୟାରିଅରରେ ସଫଳତା ମିଳିବ । ନୂଆ ଚାକିରିର ଅଫର ଆସିପାରେ । ପ୍ରମୋସନ ଓ ଇନକ୍ରିମେଣ୍ଟ ମିଳିବାର ଯୋଗ ରହିଛି । ବ୍ୟବସାୟୀମାନଙ୍କୁ ଭଲ ଲାଭ ମିଳିପାରେ ।

ସିଂହ:
ସିଂହ ରାଶିର ଲୋକଙ୍କୁ ବୁଧ ଦେବଙ୍କ ପ୍ରବେଶ ଯୋଗୁଁ ଧନ ଲାଭର ଯୋଗ ରହିଛି । ଏହା ସହ ଅନେକ ଖୁସି ବି ମିଳିପାରେ । ପରିବାର ସହିତ ସମୟ ଅଧିକ ଚମକ୍ରାର ରହିବ । ଜୀବନରେ ବଡ଼ କରିବର୍ତ୍ତନ ଆସିବ, ଯାହାକି ପଦ-ଟଙ୍କା ଓ ପ୍ରତିଷ୍ଠାକୁ ବୃଦ୍ଧି କରିବ । ଚାକିରିଆ ନିଜ କର୍ମକ୍ଷେତ୍ର ପରିବର୍ତ୍ତନ କରିପାରନ୍ତି । ଅଚାନକ୍ ଧନଲାଭର ଯୋଗ ରହିଛି ।

କୁମ୍ଭ:
କୁମ୍ଭ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହର ପ୍ରବେଶ ଅଚାନକ୍ ଟଙ୍କା ଦେବ । ଅଟକିଯାଇଥିବା ଟଙ୍କା ମିଳିପାରେ । ଆୟ ମଧ୍ୟ ବଢ଼ିପାରେ । ଖାସକରି ବ୍ୟବସାୟୀମାନେ ଲାଭବାନ୍ ହେବେ । କାମରେ ସଫଳତା ମିଳିବ । ଅତି ସହଜରେ ସମସ୍ତ କାମ ହୋଇପାରିବ ।

Get real time updates directly on you device, subscribe now.