fbpx

ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ସଫଳ ପରୀକ୍ଷଣ, ଶକ୍ତି ଦେଖାଇଲା ଭାରତ

ନୂଆଦିଲ୍ଲୀ: ଭାରତ ବୁଧବାର ଆଣ୍ଡାମାନ ନିକୋବର ଦ୍ଵୀପ ପୁଞ୍ଜରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରି ପାରୁଥିବା ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ସଫଳ ପରୀକ୍ଷଣ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ସୂଚନା ଦେଇଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ) ଦ୍ଵାରା ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ସୁପରସୋନିକ କ୍ରୁଜ ମିସାଇଲ ସଫଳତାର ସହ ଲକ୍ଷ୍ୟଭେଦ କରିଛି।

ମିସାଇଲର ପରୀକ୍ଷଣ ସମୟରେ ଏୟାର ଚିଫ ମାର୍ଶଲ ଭିଆର ଚୌଧୁରୀ ଏବଂ ଅନ୍ୟ ପ୍ରତିରକ୍ଷା ଅଧିକାରୀ ଉପସ୍ଥିତ ଥିଲେ। ଏୟାର ଚିଫ୍ ମାର୍ଶଲ ଭିଆର ଚୌଧୁରୀ ସଫଳ ପରୀକ୍ଷଣ ନେଇ ଡିଆରଡିଓର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ମିସାଇଲ ପରିଚାଳନା ପ୍ରସ୍ତୁତିର ସମୀକ୍ଷା ପାଇଁ ଆଣ୍ଡମାନ ଏବଂ ନିକୋବର ଦ୍ଵୀପ ପୁଞ୍ଜ ଗସ୍ତ କରିଥିଲେ। ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବର ୮ ତାରିଖରେ ବାୟୁସେନାର ଲଢୁଆ ବିମାନ ସୁଖୋଇ-୩୦ ଏମକେ-୧ରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ଏୟାର ଭର୍ସନର ସଫଳ ପରୀକ୍ଷଣ କରାଯାଇଥିଲା। ମିସାଇଲ ଶତ୍ରୁର ଠିକଣାକୁ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲା। ଏହି କ୍ରୁଜ ମିସାଇଲକୁ ସଂପୂର୍ଣ୍ଣ ଭାବେ ସ୍ଵଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ କରାଯାଇଛି।

Get real time updates directly on you device, subscribe now.