fbpx

କର୍ଣ୍ଣାଟକ ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ସ୍ୱାମୀ ବିରୋଧରେ ଦାୟର ହେଲା ଦୁଷ୍କର୍ମ ମାମଲା

ନୂଆଦିଲ୍ଳୀ: ଆଉ ଏକ ଐତିହାସିକ ନିଷ୍ପତ୍ତି ନେଇ ଚର୍ଚ୍ଚାରେ କର୍ଣ୍ଣାଟକ ହାଇକୋର୍ଟ । ନିଜ ପତ୍ନୀଙ୍କ ସହିତ ବଳପୂର୍ବକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ଜଣେ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । କୋର୍ଟଙ୍କ କହିବା ଅନୁସାରେ ଜଣେ ପୁରୁଷ ସର୍ବଦା ପୁରୁଷ ଏବଂ ଜଣେ ନାରୀ ସର୍ବଦା ଜଣେ ନାରୀ । ତେଣୁ ସ୍ୱାମୀ-ସ୍ତ୍ରୀ ହେଲେ ମଧ୍ୟ ବଳପୂର୍ବକ ସମ୍ପର୍କକୁ ଦୁଷ୍କର୍ମ ମଧ୍ୟରେ ଗଣାଯିବ । ବୁଧବାର ଦିନ କର୍ଣ୍ଣାଟକ ହାଇକୋର୍ଟ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ହିନ୍ଦୁ ବିବାହ ଆଇନର ଧାରା ୩୭ ଅନୁଯାୟୀ ବିବାହ ପୁରୁଷଙ୍କୁ କୌଣସି ସ୍ୱତନ୍ତ୍ର ଅଧିକାର ପ୍ରଦାନ କରୁନାହିଁ । ଏହା କେବଳ ଶାରୀରିକ ସମ୍ପର୍କ ରଖିବା ପାଇଁ ଅନୁମତି ପ୍ରଦାନ କରୁଛି ।

ଦୁଷ୍କର୍ମ କେବଳ ଏକ ଅପରାଧ ନୁହେଁ ବରଂ ଏହା ଦଣ୍ଡନୀୟ । ଅପରାଧ କରିଥିବା ବ୍ୟକ୍ତି ସ୍ୱାମୀ ହେଲେ ମଧ୍ୟ ସେ ଦଣ୍ଡ ପାଇବାକୁ ହକଦାର ବୋଲି କୋର୍ଟ କହିଛନ୍ତି । ତେବେ ମାରିଟାଲ ରେପ୍ ବା ବୈବାହିକ ଦୁଷ୍କର୍ମ ଉପରେ କୋର୍ଟ କୌଣସି ମତ ଦେଇନାହାନ୍ତି । ବୈବାହିକ ଦୁଷ୍କର୍ମକୁ ରୋକିବା ପାଇଁ ଯେଉଁ ଆଇନ ରହିଛି ତାହା କାମ କରିବ ବୋଲି କହିବା ସହିତ କୋର୍ଟ ମାମଲାକୁ ପଞ୍ଜୀକୃତ କରିଥିଲେ । ଏହା ସହିତ ଅଭିଯୁକ୍ତଙ୍କ ପକ୍ଷରୁ ଦୁଷ୍କର୍ମ ଶବ୍ଦ ପ୍ରତ୍ୟାହାର ପାଇଁ କରାଯାଇଥିବା ଅନୁରୋଧକୁ ମଧ୍ୟ କୋର୍ଟ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ।

Get real time updates directly on you device, subscribe now.