fbpx

କରୋନା ଭ୍ୟାକ୍ସିନ ସାର୍ଟିଫିକେଟରେ ପୁଣି ଥରେ ଲାଗିବ ପିଏମ ମୋଦୀଙ୍କ ଫଟୋ ! କେନ୍ଦ୍ରର ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ସହିତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ସଂପନ୍ନ ହୋଇ ସାରିଛି । ତେଣୁ କେନ୍ଦ୍ର ସରକାର ଏବେ ଏହି ସବୁ ରାଜ୍ୟରେ କୋଭିଡ୍-୧୯ ଟିକାକରଣ ପ୍ରମାଣପତ୍ର ଅର୍ଥାତ ସାର୍ଟିଫିକେଟ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଛାପିବାକୁ ପୁଣି ଥରେ କରିବାକୁ ଯୋଜନା କରିଛନ୍ତି । ନିର୍ବାଚନ ତାରିଖ ଘୋଷଣା ଏବଂ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଜାନୁଆରୀ ୮ରେ ପାଞ୍ଚ ରାଜ୍ୟ ଉତ୍ତର ପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ମଣିପୁରରେ ଟିକାକରଣ ପ୍ରମାଣପତ୍ରରୁ ମୋଦୀଙ୍କ ଫଟୋ ହଟାଇ ଦିଆଯାଇଥିଲା ।

ସୂଚନା ଅନୁଯାୟୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ରାଜ୍ୟଗୁଡିକରେ କୋଭିଡ୍-୧୯ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ଛାପିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି । ତେଣୁ ଏବେ କୋୱିନ ପୋର୍ଟାଲରେ ମଧ୍ୟ ଆବଶ୍ୟକ ପରିବର୍ତ୍ତନ କରାଯିବ । ପୂର୍ବରୁ ଯେମିତି ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁଥିଲା ଠିକ୍ ସେମିତି ରହିବ ।

ଦେଶରେ ଜାରି ଟିକାକରଣ ଉପରେ ନଜର ପକାଇଲେ ଦେଶରେ ଏ ପର୍ଯ୍ୟନ୍ତ ୧୮୨.୫୧ କୋଟିରୁ ଅଧିକ ଡୋଜ୍ ଲଗାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏ ପର୍ଯ୍ୟନ୍ତ ୧୨ ରୁ ୧୪ ଆୟୁ ବର୍ଗର ପିଲାଙ୍କୁ ୮୮ ଲକ୍ଷରୁ ଅଧିକ ଡୋଜ୍ ଦିଆଯାଇଛି । ସ୍ୱାସ୍ଥ୍ୟ କର୍ମୀ, ଆଗ ଧାଡିର କର୍ମଚାରୀ ଏବଂ ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ଲୋକଙ୍କୁ ୨.୨୨ କୋଟିରୁ ଅଧିକ ବୁଷ୍ଟର ଡୋଜ୍ ଦିଆଯାଇଛି ।

 

Get real time updates directly on you device, subscribe now.