fbpx

ଆଇସିସି ଦିନିକିଆ କ୍ରିକେଟ ମାନ୍ୟତା: ବ୍ୟାଟିଂ ଓ ବୋଲିଂ ର଼୍ୟାଙ୍କିଙ୍ଗରେ ଉପରକୁ ଉଠିଲେ ଝୁଲନ ଓ ମିତାଲି

ଦୁବାଇ: ନ୍ୟୁଜିଲାଣ୍ଡରେ ସଂପ୍ରତି ଚାଲିଥିବା ଚଳିତ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପରେ ଭାରତୀୟ ଦଳ ଖରାପ ପ୍ରଦର୍ଶନ କରି ସେମିଫାଇନାଲ ଖେଳିବାରୁ ବଞ୍ଚିତ ହୋଇ ଥିଲେ ହେଁ ଆଇସିସି ଦିନିକିଆ ମାନ୍ୟତାରେ ଉନ୍ନତି ଆଣି ପାରିଛନ୍ତି । ବ୍ୟାଟିଂରେ ଦୁଇ ପାଦ ଆଗକୁ ବଢ଼ି ଭାରତୀୟ ଦଳ ଅଧିନାୟିକା ମିତାଲି ବର୍ତ୍ତମାନ ଷଷ୍ଠ ସ୍ଥାନରେ ପହଞ୍ଚି ଥିବା ବେଳେ ଭାରତୀୟ ଦଳର ପେସ୍‌ ବୋଲର ଝୁଲନ ଗୋସ୍ୱାମୀ ମଧ୍ୟ ଦୁଇ ସ୍ଥାନ ଉପରକୁ ଉଠି ବୋଲିଂ ମାନ୍ୟତାର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇ ପାରିଛନ୍ତି ।

ସୂଚନା ଯୋଗ୍ୟ ଯେ ଚଳିତ ମହିଳା ଦିନିକିଆ ବିଶ୍‌ବକପର ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଲିଗ ମ୍ୟାଚରେ ଭାରତ ପରାସ୍ତ ହୋଇ ଥିଲେ ହେଁ ମିତାଲି ଅର୍ଦ୍ଧ ଶତକ ହାସଲ କରିବା ସହିତ ଅଷ୍ଟ୍ରେଲିଆର ରାଚେଲ ହେନ୍ସ ଓ ଇଂଲଣ୍ଡର ଟାମି ବିୟୁମୋଣ୍ଟଙ୍କୁ ଅତିକ୍ରମ କରି ବ୍ୟାଟିଂ ମାନ୍ୟତାର ପଞ୍ଚମ ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.