fbpx

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ମାନସଙ୍କ ଘରେ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ସୋମବାର ମାନସଙ୍କ ଘରେ ପହଞ୍ଚିଛି । ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ ଥିବା ମାନସଙ୍କ ଘରେ ପହଞ୍ଚିଛନ୍ତି । ମାନସଙ୍କ ଚପଲ ଓ ଇୟର ଫୋନ୍ ଚିହ୍ନଟ କରିବା ସହ ମାନସଙ୍କ ଭାଇ ଓ ପରିବାର ସହ କ୍ରାଇମବ୍ରାଞ୍ଚର ଆଲୋଚନା କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ଖୋଳତାଡ଼ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଏହି ଜଘନ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ସହଯୋଗୀ ନିରଞ୍ଜନ ସେଠୀ, ଝୁନା ଭୋଇ ଏବଂ ରାଜ କମ୍ୟୁନିକେଶନର ମାଲିକ ରଞ୍ଜନ ନାୟକଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ବହୁ ତଥ୍ୟ ହାସଲ କରିଥିବାବେଳେ ରିମାଣ୍ଡ ପରେ ରବିବାର ଚାନ୍ଦବାଲି ଜେଏମ୍‌ଏଫସିଙ୍କ ଅଦାଲତରେ ହାଜର କରିଥିଲା । ହାଜର ସମୟରେ ଏହି ୪ ଅଭିଯୁକ୍ତଙ୍କୁ ପୁଣି ଥରେ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଥିଲା । ତେବେ ଅଦାଲତ କେବଳ ଶର୍ମିଷ୍ଠା ଓ ଝୁନାଙ୍କୁ ୩ ଦିନିଆ ରିମାଣ୍ଡରେ ନେବାପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ନିରଞ୍ଜନ ଓ ରଞ୍ଜନଙ୍କୁ ଭଦ୍ରକ ଜେଲକୁ ପଠାଇ ଦେଇଛନ୍ତି । ରିମାଣ୍ଡ ସମୟରେ ବହୁ କିଛି ତଥ୍ୟ ହାସଲ କରିବାକୁ ବାକି ରହିଥିବାରୁ ଏମାନଙ୍କୁ ପୁଣି ଥରେ ରିମାଣ୍ଡରେ ନିଆଯାଇଛି ।

Get real time updates directly on you device, subscribe now.