fbpx

ଫୋର୍ଟିଫାଇଡ୍ ଚାଉଳ ବଣ୍ଟନ ଯୋଜନାକୁ କେନ୍ଦ୍ରର ମଞ୍ଜୁରୀ: ଜାଣନ୍ତୁ କ’ଣ ରହିଛି ପ୍ଲାନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି । ସମସ୍ତ ସରକାରୀ ଯୋଜନାରେ ଅତିରିକ୍ତ ପୋଷଣ-ଯୁକ୍ତ ଚାଉଳ ବିତରଣ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କେନ୍ଦ୍ର ମନ୍ତ୍ରଣାଳୟ । ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍ (ପିଡିଏସ୍) ଏବଂ ଅନ୍ୟାନ୍ୟ ଯୋଜନା ଅଧୀନରେ ତିନୋଟି ପର୍ଯ୍ୟାୟରେ ପୁଷ୍ଟିକର ଚାଉଳ ବଣ୍ଟନ ଲାଗୁ ହେବ ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ସମ୍ପର୍କରେ ଏକ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଏହି ପରିପ୍ରେକ୍ଷୀରେ ଯୋଗାଣ ଏବଂ ବଣ୍ଟନ ପାଇଁ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫସିଆଇ) ଏବଂ ରାଜ୍ୟ ଏଜେନ୍ସିଗୁଡ଼ିକ ୮୮.୬୫ ଲକ୍ଷ ଟନ୍ ଅତିରିକ୍ତ ପୁଷ୍ଟିକର ଚାଉଳ କିଣିସାରିଛନ୍ତି ।

Know what is Fortified Rice about which Prime Minister Narendra Modi  Announced in his Independence Day Speech upns | जानें कैसे कुपोषण मिटाने  में कारगर है Fortified Rice, प्रधानमंत्री ने लाल किले

ଟାର୍ଗେଟେଡ୍ ପବ୍ଲିକ୍ ବିତରଣ ସିଷ୍ଟମ ମାଧ୍ୟମରେ ଏହା କାର୍ଯ୍ୟକାରୀ ହେବ ବୋଲି ଅନୁରାଗ ଠାକୁର କହିଛନ୍ତି । ଏହା ସହିତ ୨୦୨୪ ବର୍ଷ ସୁଦ୍ଧା ପର୍ଯ୍ୟାୟକ୍ରମେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଏହା କାର୍ଯ୍ୟକାରୀ ହେବ । ଅନୁରାଗ ଠାକୁର କହିଛନ୍ତି ଯେ, ଏହି ଯୋଜନାରେ ବାର୍ଷିକ ୨,୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ, ଯାହା କେନ୍ଦ୍ର ସରକାର ବହନ କରିବେ । ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଅଧୀନରେ ଥିବା ଚାଉଳକୁ ପୁଷ୍ଟିକର ଖାଦ୍ୟ ପରେ ବିକ୍ରି କରାଯିବ ବୋଲି ଅନୁରାଗ ଠାକୁର କହିଛନ୍ତି ।

Get real time updates directly on you device, subscribe now.