ନୂଆଦିଲ୍ଲୀ: ଭାରତର ପାହାଡିଆ ଅଂଚଳରେ ତ ବିଭିନ୍ନ ପ୍ରକାରର ବିପଦପୂର୍ଣ୍ଣ ସଡକ ରହିଛି । ଯେଉଁଠି ସ୍ଥାନୀୟ ଲୋକେ ସବୁବେଳେ ଯାତାୟାତ କରନ୍ତି । ହେଲେ ଟିକିଏ ଦେଖନ୍ତୁ ଏହି ସଡକକୁ । ଏଇଟା ସଡକ ପରି ତ ଦେଖା ଯାଉଛି । ହେଲେ କେତେ ବିପଦପୂର୍ଣ୍ଣ ଭଲଭାବେ ଦେଖନ୍ତୁ । ଦେଖିପାରୁଥିବେ ଗୋଟିଏ ଗାଡିରେ ଅନେକ ଲୋକ ବସି ଯାଉଛନ୍ତି । ହେଲେ ସେମାନେ ଯେଭଳି ରାସ୍ତା ଦେଇ ଯାଉଛନ୍ତି ତାହା କେତେ ବିପଦପୂର୍ଣ୍ଣ ।
ଯଦି ଟିକିଏ ବି ଅସାବଧାନ ହୁଏ ତେବେ ସିଧା ଯାଇ ତଳେ । ହେଲେ ଏଠି ଡ୍ରାଇଭରକୁ ମାନିବାକୁ ପଡିବ । କାରଣ ଏମିତି ରାସ୍ତା ଦେଇ ଯିବା ପାଇଁ ସେମିତି ଅଭିଜ୍ଞତା ନଥିଲେ ସବୁ ଡ୍ରାଇଭର ଯାଇପାରିବେନି । ଏ ଦୃଶ୍ୟ କିନ୍ତୁ ବାସ୍ତବରେ ବେଶ ରୋମାଂଚକର । କହିବାକୁ ଗଲେ ସମସ୍ତଙ୍କ ଜୀବନ ଜାଣ ଡ୍ରାଇଭର ହାତରେ । ଟିକିଏ ବି ନିୟନ୍ତ୍ରଣ ଏପଟ ସେପଟ ହେଲେ ବଡ ଅଘଟଣ ଘଟିବାର ସମ୍ଭାବନା ଅଛି । ତଥାପି ଲୋକେ ଦେଖନ୍ତୁ କେତେ ଆରାମରେ ନିର୍ଭୟ ରେ ବସିଛନ୍ତିି । ହୁଏତ ସେମାନେ ସ୍ଥାନୀୟ ବାସିନ୍ଦା ହିଁ ହୋଇଥିବେ । ହେଲେ ଯଦି ଆପଣମାନଙ୍କ ଭିତରୁ କୌଣସି ବ୍ୟକ୍ତି ସେଭଳି ଅଂଚଳକୁ ଏମିତି ରାସ୍ତା ଦେଇ ଯିବାକୁ ଚାହୁଁଛନ୍ତି ତାହେଲେ ଯିବା ପୂର୍ବରୁ ଶହେ ଥର ଭାବନ୍ତୁ ।
ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଭିଡିଓର କ୍ୟାପସନରେ ଲେଖାଯାଇଛି ଯେ ଏହି ରାସ୍ତା ଯାଏଁ ପହଂଚିବାକୁ ୩ରୁ ୪ ଦିନ ଟ୍ରାକିଂ ସହ ୪୦ରୁ ୫୦ କିମି ଦୂରତା ଅତିକ୍ରମ କରିବାକୁ ପଡେ । କାରଣ ଏହା ହିଁ ହେଉଛି ଏକମାତ୍ର ରାସ୍ତା । ଆଉ ଆପଣ ଦେଖୁଥିବା ଏହି ଟ୍ରକ ହେଉଛି ସେହି ସଡକର ଗୋଟିଏ ମାତ୍ର ଗାଡି । ଟ୍ରକକୁ ଏହି ଜାଗାକୁ ହେଲିକପ୍ଟର ସାହାଯ୍ୟରେ ପଠା ଯାଇଛି । ଏଠାକୁ କେହି ବି ନିଜ କାର କିମ୍ବା ବାଇକ ଆଣି ଆସିପାରିବେ ନାହିଁ ।