fbpx
BSKY SKY
BSKY SKY

୭୪ବର୍ଷରେ ପାଦ ଥାପିଲା ରାଜଧାନୀ, ୩ ଦିନି ଧରି ପାଳନ ହେବ ଉତ୍ସବ: ୧୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ରାଜଧାନୀ ଗୌରବ ସମ୍ମାନ’ରେ ସମ୍ମାନିତ କରାଯିବ

BSKY

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆଜି ୭୪ବର୍ଷରେ ପାଦ ଥାପିଲା ରାଜଧାନୀ ଭୁବନେଶ୍ବର।  ୩ ଦିନି ଧରି ପାଳନ ହେବ ରାଜଧାନୀ ପ୍ରତିଷ୍ଠା ଦିବସ । ଏହି ଅବସରରେ ବୁଧବାର ପୂର୍ବାହ୍ନ ୮ଟା ସମୟରେ ରାଜଧାନୀ ଶିଳାନ୍ୟାସ ଫଳକ ସମ୍ମୁଖରେ ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ବେସାମରିକ ପରେଡ ଉତ୍ସବ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେହିପରି ମନ୍ତ୍ରୀ ପଦ୍ମନାଭ ବେହେରା, ପ୍ରତାପ ଜେନା, ସମୀର ରଞ୍ଜନ ଦାଶ , ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି ।

ପରେଡ୍‌ ପରେ ରାଜଧାନୀର ୧୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ରାଜଧାନୀ ଗୌରବ ସମ୍ମାନ’ରେ ସମ୍ମାନିତ କରାଯିବ । କୋଭିଡ୍‌ ଯୋଦ୍ଧା ଭାବେ ଡ. ସଂଘମିତ୍ରା ପତି ଓ ଶୁଭେନ୍ଦୁ ସାହୁ, ବିଶିଷ୍ଟ ଶିଳ୍ପପତି ପଙ୍କଜଲୋଚନ ମହାନ୍ତି, ବୈଜ୍ଞାନିକ ଡ. ଅଜୟ ପରିଡ଼ା, ହକି ଖେଳାଳୀ ଦୀପଗ୍ରେସ୍‌ ଏକ୍କା, ଆଇନଜୀବୀ ଡ. ମଧୁମାଧବ ଜେନା, ଚିକିତ୍ସକ ଡା. ଅଶୋକ ନନ୍ଦ, ସମାଜସେବୀ ନୀଳମଣି ମିଶ୍ର, ଟ୍ରାଫିକ୍‌ କନଷ୍ଟେବଳ ଶେଷଦେବ ସାହୁ, ନର୍ସ ଶ୍ରୀମତୀ ହାରାମଣୀ ଦାଶ, ପୋଷ୍ଟମ୍ୟାନ୍‌ ବି୍ଳବ ରଞ୍ଜନ ମଲ୍ଲିକ ଓ ସୁଇପର ସୁଷମା ଦେଇଙ୍କୁ ଉକ୍ତ ସମାରୋହରେ ବାଚସ୍ପତି ସମ୍ମାନିତ କରିବେ । ଏହାପରେ ଏକ ସାଧାରଣ ସଭା ଆୟୋଜିତ ହେବ । ସେହିପରି ଅପରାହ୍ନରେ ଉକ୍ରଳ ମଣ୍ଡପ ଠାରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗୀତା, ସାଧାରଣ ସଭା ସହ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ । ଏହାପରେ ସଂସ୍କୃତି ବିଭାଗ ପକ୍ଷରୁ ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଛି । ସେହିପରି ୧୪ ଓ ୧୫ ତାରିଖରେ ଉକ୍ରଳ ମଣ୍ଡପ ଠାରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.