fbpx
BSKY
BJD YOUTH SKY
BJD MS SKY

ମେଘା ବାଘୁଣୀର ଏକ ବର୍ଷର ଶାବକ ବିବେକର ମୃତ୍ୟୁ, ୨୬କୁ ହ୍ରାସ ନନ୍ଦନକାନନରେ ପ୍ରାଣୀ ଉଦ୍ୟାନର ବାଘ ସଂଖ୍ୟା

ବାରଙ୍ଗ(ଭାସ୍କର ନ୍ୟୁଜ୍‌): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୧ ନମ୍ବର(ଖ) ଖୁଆଡରେ ରହୁଥିବା ନାଲି ବାଘୁଣି ମେଘାର ଗର୍ଭରୁ ଜନ୍ମିତ ଏକ ବର୍ଷର ବାଘ ଶାବକ ଅସୁସ୍ଥ ହୋଇ ଚିକିତ୍ସା ଜାରି ରହିଥିବାବେଳେ ମଙ୍ଗଳବାର ସଂଧ୍ୟାରେ ବିବେକ ନାମକ ଏକ ବର୍ଷର ଅଣ୍ଡିରା ଶାବକର ମୃତ୍ୟୁ ଘଟିଛି । ଫଳରେ ନନ୍ଦନକାନନରେ ବାଘ ମାନଙ୍କ ସଂଖ୍ୟା ୨୬କୁ ହ୍ରାସ ପାଇଛି ।ଖବର ଅନୁଯାୟୀ ସଫାରୀରେ ରହୁଥିବା ଏହି ବାଘ ଛୁଆଟି ଦୁଇ ୨/୩ ଦିନ ହେବ ଛୋଟେଇ ଛୋଟେଇ ଚାଲୁଥିଲା

ମଙ୍ଗଳବାର ତାକୁ ଟ୍ରାଙ୍କୁଲାଇଜ କରି ବନ୍ୟପ୍ରାଣୀ ଚିକିତ୍ସାଳୟକୁ ଆଣି ଛୋଟାଉଥିବା ଗୋଡକୁ ଏକ୍ସରେ କରିଥିଲେ । ରିପୋର୍ଟରୁ ତାର ଗୋଡଟି ଭାଙ୍ଗି ଯାଇଥିବା ଜଣାପଡିଥିଲା । ତେବେ ଜରୁରୀ କାଳୀନ ଭିତ୍ତିରେ ଚିକିତ୍ସା ଜାରି ରହିଥିବାବେଳେ ହଠାତ ଛୁଆଟିର ପାଟିରୁ ରକ୍ତ ସ୍ରାବ ହୋଇ ତାର ମୃତ୍ୟୁ ଘଟିଥିଲା । ଏଠାରେ ସୂଚନା ଯୋଗ୍ୟ ୨୦୨୦ ଡିସେମ୍ବର ୨୯ ଓ ୩୧ରେ ମହାବଳ ଜଙ୍ଗଲୀ ବାଘ ନନ୍ଦନ ସହିତ ବାଘୁଣୀ ମିଶିବା ପରେ ନନ୍ଦନ ଔରସରୁ ଦ୍ୱିତୀୟ ଥର ପାଇଁ ମେଘା ଗର୍ଭବତୀ ହୋଇ ୨୦୨୧ ଅପ୍ରିଲ ମାସ ୧୪ତାରିଖରେ ୩ଟି ଶାବକ ଜନ୍ମ ଦେଇଥିଲା ।

Get real time updates directly on you device, subscribe now.