fbpx

ଦୁଇ ବର୍ଷ ପରେ ଅନ୍ଧାରୁଆରେ ସୂର୍ଯ୍ୟାଲୋକ: କରୋନା ହଟିବା ପରେ ପାଳନ ହେଲା ପ୍ରଥମ ଝାମୁଯାତ୍ରା

ଭୁବନେଶ୍ୱର: ଚନ୍ଦକା ନିକଟବର୍ତ୍ତୀ ଅନ୍ଧାରୁଆ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ବାର୍ଷିକ ଚୈତ୍ର ପର୍ବ ଏବଂ ଝାମୁଯାତ୍ରା । ଆଜି ସକାଳୁ ଗ୍ରାମ ଦେବତୀ ମା’ମଙ୍ଗଳାଙ୍କ ଆଳତୀ ପରେ ରୀତିନୀତି ଅନୁସାରେ ପୂଜାର୍ଚନା କରା ଯାଇଛି । କାହିଁ କେତେ ବର୍ଷରୁ ବୈଶାଖ ପଣାସଂକ୍ରାନ୍ତି ଦିନ ଏଠାରେ ଝାମୁଯାତ୍ରା ଆୟୋଜିତ ହୋଇ ଆସୁଛି ।

ପ୍ରଭୁ ହର ଗୌରୀଙ୍କ ଉପାସନା କରି ଝାମୁଆ ମାନେ ମାସେ ପୂର୍ବରୁ ହବିଷ୍ୟାନ୍ନ ଭୋଜନ କରୁଥିଲେ । ଓଡ଼ିଆ ଲୋକ ସଂସ୍କୃତି ଓ ପରମ୍ପରାକୁ ଅତୁଟ ରଖି ଏଠାରେ ପ୍ରତିବର୍ଷ ପଣା ସଂକ୍ରାନ୍ତିରେ ଝାମୁଯାତ୍ରା ଅନୁଷ୍ଠିତ ହେଉଛି । ତେବେ କରୋନା ମହାମାରୀ ଏବଂ ଏହାର କଟକଣା ପାଇଁ ଗତ ଦୁଇ ବର୍ଷରୁ ଏହି ଯାତ୍ରା ବନ୍ଦ ରହିଥିଲା । କିନ୍ତୁ ଚଳିତ ବର୍ଷ କଟକଣା ହଟିବା ପରେ ପ୍ରଥମ ଥର ପାଇଁ ଝାମୁଯାତ୍ରା ଅନୁଷ୍ଠିତ ହୋଇଛଇ ତେଣୁ ଝାମୁଯାତ୍ରା ଦେଖିପାଇଁ ଚଳିତ ବର୍ଷ ନିକଟବର୍ତ୍ତୀ ଗ୍ରାମଗୁଡିକରୁ ଶହ ଶହ ସଂଖ୍ୟାରେ ଲୋକ ଏଠାକୁ ଆସିଥିଲେ । ଏହି ଯାତ୍ରାରେ ସମସ୍ତଙ୍କ ମନସ୍କାମନା ପୂରଣ ହୁୂଏ ବୋଲି ବିଶ୍ୱାସ ରହିଛି । ମନସ୍କାମନା ପୂରଣ ଆଶାରେ ଝାମୁ ଯାତ୍ରାର ଶେଷ ପର୍ୟ୍ୟାୟରେ ଜଳନ୍ତା ଅଙ୍ଗାର ଉପରେ ଦଣ୍ଡୁଆମାନେ ଚାଲିଥିଲେ । ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଆଜି ଅପରାହ୍ନରେ ଯାତ୍ରା ଶେଷ ହୋଇଛି ମା ମଙ୍ଗଳାଙ୍କର ପବିତ୍ର ଝାମୁଯାତ୍ରା ।

Get real time updates directly on you device, subscribe now.