fbpx

ସଫଳ ହେଲା ପ୍ରେମ: ବିବାହ କଲେ ସମଲିଙ୍ଗୀ ଯୋଡ଼ା, ପରସ୍ପରର ହାତ ଧରିଲେ ୨ ବାନ୍ଧବୀ

ଟାଙ୍ଗୀ-ଚୌଦ୍ୱାର, (ଭାସ୍କର ନ୍ୟୁଜ) : ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସମଲିଙ୍ଗୀ ଏକାଠି ରହିବାର ସ୍ୱୀକୃତି ଥିବା ବେଳେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତପୁର ଥାନା ଅନ୍ତର୍ଗତ ବହୁଗ୍ରାମରେ । ଜଣେ ଜଣଙ୍କୁ ଭଲ ଲାଗିଲେ ସେଠାରେ ସୃଷ୍ଟି ହୁଏ ପ୍ରେମ କାହାଣୀ ।

ସୂଚନା ଅନୁଯାୟୀ ଗତ ୧୦ତାରିଖ ଦିନ କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ବହୁଗ୍ରାମର ଝିଅ ପୁଷ୍ପଲତା ସାହୁ (୨୫)ଘରୁ କୁଆଡେ ପଳାଇଯିବାକୁ ନେଇ ପରିବାର ଲୋକେ ଜଗତପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପରେ ପୁଷ୍ପଲତା ସାହୁ ଏବଂ ତାଙ୍କ ଝିଅ ସାଙ୍ଗ ଭଦ୍ରକ ଜିଲ୍ଲା ବ୍ରହ୍ମଗିରି ପାଟଣାର ରୀତାଞ୍ଜଳି ମହାନ୍ତି (୩୫) ଅଭିଯୋଗକୁ ଖଣ୍ଡନ କରିବା ଲାଗି ଜଗତପୁର ଥାନାର ଦ୍ୱାରସ୍ଥ ହେବା ପରେ ଜଗତପୁର ଥାନା ତରଫରୁ ପୁଷ୍ପଲତାଙ୍କ ପରିବାର ବର୍ଗଙ୍କୁ ଫୋନ୍‌ ମାଧ୍ୟରେ ତାଙ୍କ ଝିଅ ଥାନାରେ ପହଂଚିବାର ଖବର ଦେଇଥିଲେ । ପରେ ପୁଷ୍ପଲତାଙ୍କ ପରିବାର ସହ ଶତାଧିକ ଗ୍ରାମବାସୀମାନେ ଆସି ଜଗତପୁର ଥାନାରେ ପହଂଚିଥିଲେ । ଅନ୍ୟ ପଟେ ରୀତାଞ୍ଜଳି ନିଜ ସାଥିରେ ତାଙ୍କ ଓକିଲ ଏବଂ ତାଙ୍କ ମାଙ୍କୁ ଜଗତପୁର ଥାନାକୁ ଡକାଇଥିଲେ । ସେହି ସମୟରେ କିଛି ସମୟ ପାଇଁ ଜଗତପୁର ଥାନା ପରିସର ଉତ୍ତେଜନା ପୂର୍ଣ୍ଣ୍ ରହିଥିବା ଦେଖିବାକୁ ମିଳିଥିଲା। ପୁଷ୍ପଲତା ଏବଂ ରୀତାଞ୍ଜଳି ଦୁଇଜଣ ଝିଅ ପରସ୍ପରକୁ ଛଅ ବର୍ଷ ହେବ ଭଲ ପାଉଥିଲେ । ସେମାନେ ଦୁହେଁ ଦୁହିଁକୁ ଏତେମାତ୍ରାରେ ଭଲ ପାଇବସିଛନ୍ତି ଯେ ପରସ୍ପରଙ୍କ ଠାରୁ କେହି ଅଲଗା ହୋଇ ରହିବା ସମ୍ଭବ ପର ନୁହେଁ ବେଲି ପରିବାର ସମ୍ମୁଖରେ ଜଣାଇଥିଲେ । ଅନେକ ସମୟ ଧରି ଥାନା ଅଧିକାରୀଙ୍କ ସହ ଦୁଇ ପରିବାର ଲୋକେ ଦୁଇଜଣଙ୍କୁ ଅଲଗା ରହିବା ପାଇଁ ବୁଝାସୁଝା କରିଥିଲେ ମଧ୍ୟ ସେମାନଙ୍କ ଜିଦ୍‌ରେ ଅଟଳ ରହିଥିଲେ । ପରେ ପରିବାର ଲୋକ ସେମାନଙ୍କ ଭଲ ପାଇବା ଆଗରେ ହାର ମାନିଥିଲେ । ପରିଶେଷରେ ଦୁଇପରିବାରଙ୍କ ସହ ଦୁଇଟି ଝିଅ ଥାନାରେ ଏକ ଲିଖିତ ଦସ୍ତାବିଜ୍‌ ନିଜର ନିଜର ମତ ରଖିବା ସହ ରୀତାଞ୍ଜଳି ସହିତ ନିଜ ବାନ୍ଧବୀ ପୁଷ୍ପଲତାକୁ ଭଦ୍ରକ ଜିଲ୍ଲ ବ୍ରହ୍ମଗିରି ପାଟଣାର ନିଜ ଘରକୁ ନେଇଯିବାର ସୂଚନା ମିଳିଛି ।

Get real time updates directly on you device, subscribe now.