fbpx

ସୀମାରେ ଚାଇନାର ନୂଆ ଚାଲ; ଏଲଏସି ନିକଟରେ ନିର୍ମାଣ କଲା ତିନୋଟି ମୋବାଇଲ୍ ଟାୱାର

ଭାରତ ବିପକ୍ଷରେ ସୀମାରେ ଚାଇନା ତାର ଷଡ଼ଯନ୍ତ୍ର ଜାରି ରଖିଛି । ଲଦାଖ ପାଙ୍ଗୋଙ୍ଗ ହ୍ରଦରେ ପୋଲ ନିର୍ମାଣ କରିବା ପରେ ଏବେ ଚାଇନା ସୀମା ନିକଟବର୍ତ୍ତୀ ଅଞ୍ଚଳରେ ମୋବାଇଲ ଟାୱାର ନିର୍ମାଣ କରିଛି । ଚୁସୁଲ ଅଞ୍ଚଳର ଜଣେ କାଉନସିଲର ଏହି ଦାବି କରିବା ସହିତ ଫଟୋ ମଧ୍ୟ ସେୟାର କରିଛନ୍ତି ।

ଚୁସୁଲର ଏହି କାଉନସିଲର କନଚୋନ ଷ୍ଟାନଜିନ୍ ଏକ ଟ୍ୱିଟ୍ କରି କହିଛନ୍ତି ଯେ ” ପାଙ୍ଗୋଙ୍ଗ ହ୍ରଦରେ ପୋଲ ନିର୍ମାଣ କରିବା ପରେ ଭାରତୀୟ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଚାଇନା ତିନୋଟି ମୋବାଇଲ ଟାୱାର କରିଛି । ଏହା କଣ ଚିନ୍ତାର କାରଣ ନୁିହେଁ ବୋଲି ସେ କହିଛନ୍ତି, ତାଙ୍କ ଅଞ୍ଚଳର ପ୍ରାୟ ୧୧ଟି ଗାଁରେ ୪ଜି ସେବା ନଥିବା ସେ କହିଛନ୍ତି’ ।

ଖବର ସରବରାହ ସଂସ୍ଥା ଏଏନଆଇ ସହିତ ଆଲୋଚନା କରି ସେ କହିଛନ୍ତି ଯେ, ଏହି ଟାୱାର ଭାରତୀୟ ପାଶ୍ୱର୍ ଉପରେ ନଜର ରଖିବା ପଇଁ ବ୍ୟହାର କରାଯାଇପାରେ । ଏହା ସହିତ ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ଚାଇନା ଏହାର ପାଶ୍ୱର୍ରେ ତିବ୍ର ଗତିରେ ବିଭିନ୍ନ ସାଧାରଣ ସୁବିଧା ସୁଯୋଗକୁ ବିକାଶ କରୁଛି । ଭାରତ ସରକାର ଚାଇନା ପରି ବିକାଶ କାର୍ଯ୍ୟ ଚଳାଇବା ଆବଶ୍ୟକ ବୋଲି ସେ କହିଛନ୍ତି । ସେହିଭଳି ସେ ଅଭିଯୋଗ କରିଛନ୍ତି ଯେ ଭାରତ ପାଶ୍ୱର୍ରେ ଅଧିକ ଗାଁ ଗୁଡ଼ିକରେ ପ୍ରାୟତଃ ୪ଜି ସେବା ଉପଲବ୍ଧ ନାହିଁ ।

ଆମକୁ ଏହି ବିଷୟକୁ ଗମ୍ଭିରତା ସହିତ ନେବାକୁ ହେବ । ଆମେ ଯୋଗାଯୋଗ ସୁବିଧାରେ ଭବିଷ୍ୟତରେ ବହୁ ପଛରେ ପଡ଼ିଯାଇ ପାରନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଆମ ପାଖରେ କେବଳ ଗୋଟିଏ ଟାୱାର ଥିବା ବେଳେ ସେମାନଙ୍କ ପାଖରେ ୯ଟି ଟାୱାର ରହିଛି ।

୨୦୨୦ ରେ ପାଙ୍ଗୋଙ୍ଗ ହ୍ରଦ ନିକଟରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ହେବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ କିଛି ଠିକ୍ ଠାକ୍ ନାହିଁ । ଏହା ପରେ ଚାଇନା ଅଧିକୃତ ଅଞ୍ଚଳରେ ତିବ୍ରରେ ବିଭିନ୍ନ ବିକାଶ କାର୍ଯ୍ୟ କରି ଚାଲିଛି । ୨୦୨୦ ଜୁନ ମାସରେ ଦୁଇ ସେନା ମଧ୍ୟରେ ହୋଇଥିବା ସଂଘର୍ସରେ ଭାରତର ୩୦ରୁ ଅଧିକ ସେନା ମୃତ୍ୟୁ ବରଣ କରିଥିଲେ । ତେବେ ଚାଇନା ସୈନ୍ୟଙ୍କ ମୃତାହତ ବିଷୟରେ କୌଣସି ସୂଚନା ଚାଇନା ସରକାରଙ୍କ ପକ୍ଷରୁ ସର୍ବସାଧାରଣରେ ଦିଆଯାଇ ନଥିଲା ।

 

Get real time updates directly on you device, subscribe now.