fbpx

ବଦଳିଲା Credit Card ଓ Debit Cardର ନିୟମ, RBI ଜାରି କଲା ନୂଆ ସର୍କୁଲାର

ନୂଆଦିଲ୍ଲୀ: ଆଜିକାଲିର ଡିଜିଟାଲ ଯୁଗରେ କ୍ରେଡିଟ କାର୍ଡ ଓ ଡେବିଟ କାର୍ଡର ବ୍ୟବହାର ବହୁଳ ଭାବେ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି । ଏଣିକି ଗ୍ରାମ୍ୟ ବ୍ୟାଙ୍କ ଓ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କମାନେ ମଧ୍ୟ କ୍ରେଟିଡ୍ କାର୍ଡ ଜାରି କରିପାରିବେ । ତେବେ ଏଥିପାଇଁ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକ ସ୍ପନସର ବ୍ୟାଙ୍କ ସହ ବୁଝାମଣା କରିବାକୁ ପଡ଼ିବ । ଯଦି ଅର୍ବାନ କୋ-ଅପରେଟି ବ୍ୟାଙ୍କର ଆର୍ଥିକ ସ୍ଥିତି ମଜବୁତ ଥିବ ତେବେ ସେ କ୍ରେଡିଟ୍ କାର୍ଡ ଜାରି କରିପାରିବ ।

ସୂଚନା ମୁତାବକ, ଆଗାମୀ ଦିନମାନଙ୍କରେ ଆରବିଆଇ ନନ ବ୍ୟାଙ୍କିଂ ଫାଇନାନ୍ସିଆଲ କମ୍ପାନୀ (ଏନବିଏଫସି)କୁ କ୍ରେଡିଟ କାର୍ଡ ଜାରି କରିବାକୁ ଅନୁମତି ଦେଇପାରେ । ଯଦି ଏନବିଏଫସି କ୍ରେଡିଟ୍ କାର୍ଡ ଜାରି କରିବାକୁ ଇଚ୍ଛୁକ ଥାଏ, ତେବେ ସେଥିପାଇଁ ଆରବିଆଇର ମଞ୍ଜୁରୀ ନିହାତି ଜରୁରୀ । କ୍ରେଡିଟ କାର୍ଡ ଜାରି କରିବାକୁ ହେଲେ ଗ୍ରାମ୍ୟ ବ୍ୟାଙ୍କ ଓ ଏନବିଏଫସି ପାଖରେ ୧୦୦ କୋଟିର ଫଣ୍ଡ ରହିଥିବା ଆବଶ୍ୟକ ।

ଏଥିସହ ଅନ୍ୟାନ୍ୟ ସର୍ତ୍ତ ମାନିବାକୁ ପଡ଼ିବ । ଆରବିଆଇର ଏହି ନୂଆ ନିୟମ ସମସ୍ତ ସିଡ୍ୟୁଲ କମର୍ସିଆଲ ବ୍ୟାଙ୍କ, ଷ୍ଟେଟ କୋଅପରେଟିଭ୍ ବ୍ୟାଙ୍କ, ଡିଷ୍ଟ୍ରିକ୍ଟ ସେଣ୍ଟ୍ରାଲ କୋଅପରେଟିଭ୍ ବ୍ୟାଙ୍କ, ନନ ବ୍ୟାଙ୍କିଂ ଫାଇନାନ୍ସିଆଲ କମ୍ପାନୀ କ୍ଷେତ୍ରରେ ଲାଗୁ ହେବ । ମାତ୍ର ପେମେଣ୍ଟ ବ୍ୟାଙ୍କ କ୍ଷେତ୍ରରେ ଆରବିଆଇର ଏହି ନିୟମ ଲାଗୁ ହେବ ନାହିଁ । କ୍ରେଡିଟ କାର୍ଡ ବାର୍ଷିକ ଚାର୍ଜ ଉପରେ ଗ୍ରାହକଙ୍କ ସହ ସୂଚନା ଶେୟାର କରିବାକୁ ପଡ଼ିବ । ଗ୍ରାହକଙ୍କ ବିନା ଅନୁମତିରେ କ୍ରେଡିଟ କାର୍ଡ ପ୍ରଦାନକାରୀ କମ୍ପାନୀମାନେ କାର୍ଡର ଲିମିଟ ବୃଦ୍ଧି କରିପାରିବେ ନାହିଁ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.