ପ୍ରଚଣ୍ଡ ତାତି; ୨୮ ଜିଲ୍ଲାରେ ୪୦ ଡ଼ିଗ୍ରୀ ଉପରେ ତାପମାତ୍ରା, ସୋନପୁରରେ ୪୩.୮, ଭୁବନେଶ୍ୱରରେ ୪୩.୩ ଡ଼ିଗ୍ରୀ

ଭୁବନେଶ୍ୱର: ରାଜ୍ୟବ୍ୟାପି ଜାରି ରହିଛି ପ୍ରଚଣ୍ଡ ତାତି । ବାହାରକୁ ବାହାରିଲେ ଜଳିପୋଡି ଗଲା ଭଳି ଲାଗୁଛି । ଖରା ସାଙ୍ଗକୁ ଗରମ ହାୱା ପରିବେଶକୁ ଉତପ୍ତ କରି ଦେଉଛି । ସକାଳ ୮ଟାରୁ ମାଡ଼ି ଆସୁଥିବା ଅସହ୍ୟ ତାତିରୁ ସନ୍ଧ୍ୟା ୫ଟା ଯାଏଁ ନିସ୍ତାର ନାହିଁ । ଗତ କିଛି ଦିନ ହେବ ଓଡ଼ିଶାରେ ଖରା କରମ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି ।

ଆଜି ପୁଣି ଥରେ ତତଲା କଢେଇରେ ଭାଜି ହୋଇଛି ରାଜ୍ୟ । ଆଜି ୪୩.୮ଡ଼ିଗ୍ରୀ ସହିତ ସୋନପୁର ରାଜ୍ୟର ସବୁଠୁ ଉତପ୍ତ ସହର ଥିବା ବେଳେ ଏହା ପଛକୁ ରହିଛି ରାଜଧାନୀ ଭୁବନେଶ୍ୱର । ଏଠାରେ ୪୩.୩ ଡ଼ିଗ୍ରୀ ତାପମାତ୍ରା ସହିତ ରାଜ୍ୟର ଦ୍ୱିତୀୟ ଉତପ୍ତ ସହର ପାଲଟିଛି । ଦିନ ତମାମ ପୁରା ସହର ତତଲା ହାୱାରେ ଶୁଝୁଛି ।

ରାଜ୍ୟର ୨୮ଟି ସହରରେ ତାପମାତ୍ରା ଆଜି ୪୦ ଡ଼ିଗ୍ରୀ ଉପରେ ରହିଛି । ୮ ସହରରେ ଦିନ ତାପମାତ୍ରା ୪୨ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ସୂଚନା ଦେଇଛି ।

Image

 

Get real time updates directly on you device, subscribe now.