fbpx

ମୋଦିଙ୍କ ଘୋଷଣାକୁ ନବୀନଙ୍କ ସମର୍ଥନ

ଭୁବନେଶ୍ୱର, ୨୫ା୩(ଓଡ଼ିଶା ଭାସ୍କର): କରୋନା ଭାଇରସ୍ ସାରା ଦେଶରେ କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାଇରସର ଏପର୍ଯ୍ୟନ୍ତ ପ୍ରତିଷେଧକ ବାହାରିନି । ଚାରିଆଡ଼େ ଏହି ଭାଇରସ୍ ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ଏନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ସମ୍ବୋଧନ କରି କହିଥିଲେ ୨୧ଦିନ ଦେଶ ଲକଡ଼ାଉନ ରହିବ । ଏହି ସାରାଦେଶରେ ଲକଡ଼ାଉନ ଘୋଷଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି । ସେ କହିଛନ୍ତି ଏହି ସଙ୍କଟ ସମୟରେ ମୋଦିଙ୍କ ଅନୁରୋଧକୁ ଦେଶ ପାଳନ କରିବା ଉଚିତ । କରୋନାକୁ ପ୍ରତିହିତ କରିବା ହେଉଛି ବର୍ତ୍ତମାନର ଏକ ଆହ୍ୱାନ ବୋଲି ନବୀନ କହିଛନ୍ତି ।

Get real time updates directly on you device, subscribe now.