ରନ୍ଧନ ଗ୍ୟାସ ଏବଂ ତୈଳ ଦର ବୃଦ୍ଧି ପ୍ରତିବାଦରେ ସମ୍ବିତ ପାତ୍ରଙ୍କୁ ପୁରୀରେ ଛାତ୍ର କଂଗ୍ରେସ ପକ୍ଷରୁ କଳା ପତାକା ପ୍ରଦର୍ଶନ

ପୁରୀ: ବିଜେପି ରାଷ୍ଟ୍ରୀୟ ମୁଖ୍ୟପାତ୍ର ସମ୍ବିତ ପାତ୍ରଙ୍କୁ ପୁରୀରେ କାଳି ମାଡ଼ କରିଛି ଛାତ୍ର କଂଗ୍ରେସ । ଏହା ସହ ସମ୍ବିତଙ୍କୁ ଟମାଟୋ ମାଡ଼ କରିବା ସହିତ ଅକ୍ରମଣ କରିବାକୁ ଉଦ୍ୟମ କରିଛି ଛାତ୍ର କଂଗ୍ରେସ । ଜଗନ୍ନାଥଙ୍କ ଦର୍ଶନ ପରେ ପୁରୀରୁ ଫେରୁଥିବାବେଳେ ଝାଡେଶ୍ୱରୀ କ୍ଲବ ନିକଟରେ ତାଙ୍କ ଉପରେ ଛାତ୍ର କଂଗ୍ରେସ ଏଭଳି ଆକ୍ରମଣ କରିଥିବା ସୂଚନା ମିଳିଛି ।

ଦେଶରେ ରନ୍ଧନ ଗ୍ୟାସ ଏବଂ ତୈଳ ଦର ବୃଦ୍ଧି ପାଉଥିବା ପ୍ରତିବାଦ ରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ପୁରୀ ଝାଡେଶ୍ୱରୀ ଠାରେ ,ଛାତ୍ର କଂଗ୍ରେସ ପକ୍ଷରୁ କଳା ପତାକା ପ୍ରଦର୍ଶନ ସହ କାଳି ମାଡ କରାଯାଇଛି ।

ଆଗାମୀ ଦିନରେ ଓଡିଶା ଗସ୍ତରେ ଯେଉଁ କେନ୍ଦ୍ର ମନ୍ତ୍ରୀ ଓ ରାଷ୍ଟ୍ରୀୟ ନେତା ଆସିବେ ସମସ୍ତଙ୍କ ଗସ୍ତକୁ କରିବ ଛାତ୍ର କଂଗ୍ରେସ ବିରୋଧ କରିବା ବୋଲି ସୂଚନା ମିଳିଛି । ଗତ କାଲି ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ହୋଇଥିବା ରାଲି ରେ ଛାତ୍ର କଂଗ୍ରେସ କେନ୍ଦ୍ରୀୟ ବିଜେପି ନେତାଙ୍କୁ ବିରୋଧ କରିବ ବୋଲି ଚେତାବନୀ ଦେଇଥିଲା ।

 

Get real time updates directly on you device, subscribe now.