fbpx

ନୂଆ ବୋହୂର କଳା କାରନାମା: ଚାରି ଭରି ସୁନା ସହ ଚମ୍ପଟ ମାରିଲା, ଥାନାରେ ଏତଲା ଦେଲା ସ୍ୱାମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିବାହ କରିବାର ମାତ୍ର ୪ ଦିନ ବିତିନଥିବା ବେଳେ ସୁନା ଗହଣା ଧରି ଶ୍ୱଶୁର ଘରୁ ଚମ୍ପଟ ମାରିଛି ନୂଆ ବୋହୂ । ଖାଲି ସୁନା ନୁହେଁ ସାଥୀରେ ଦେଢ ଲକ୍ଷ ଟଙ୍କା ମଧ୍ୟ ଲୁଟି ନେଇଛି ଏହି ନୂଆବୋହୂ ଜଣକ । ଭୁବନେଶ୍ୱର ଉପକଣ୍ଠରେ ଥିବା ଭରତପୁରରେ ଏମିତି ଏକ ଘଟଣା ଘଟିଛି ।

ଚତୁର୍ଥୀ ରାତିରେ ସ୍ୱାମୀକୁ ଚାପୁଡା ମାରି ପ୍ରେମିକ ସହିତ ଫେରାର ହୋଇ ଯାଇଛି ପ୍ରେମିକା । ଏହି ଘଟଣା ପରେ ଭରତପୁର ଥାନାରେ ଏତଲା ଦାୟର କରିଛନ୍ତି ସ୍ୱାମୀ ବଳରାମ ସାହୁ । ଏହି ଘଟଣା ପରେ ବଳରାମ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ ।

ପରିବାର ପକ୍ଷରୁ ଆତ୍ମହତ୍ୟା ଉଦ୍ୟମକୁ ରୋକା ଯାଇଥିଲା । ବିବାହର ପରବର୍ତ୍ତୀ ଦିନ ପତ୍ନୀ ତାଙ୍କୁ ଲିଙ୍ଗରାଜ ମନ୍ଦିର ନେଇଥିଲେ । ସେଠାରେ ମାଡ ମାରିବା ସହିତ ୪ ଭରି ସୁନା ଏବଂ ଦେଢ ଲକ୍ଷ ଟଙ୍କା ନେଇ ସେ ଫେରାର ହୋଇଯାଇଥିଲେ । ଏହା ସହିତ ବୋହୂ ନନ୍ଦିନୀ ଘରୁ ସୁନା ଲୁଟ କରିବାର ଭିଡିଓ ମଧ୍ୟ ସିସିଟିଭିରେ କଏଦ ହୋଇଛି ।

Get real time updates directly on you device, subscribe now.