fbpx

ସବୁ ATMରୁ ବିନା କାର୍ଡରେ ଉଠାଇପାରିବେ ଟଙ୍କା, ଜାଣନ୍ତୁ କେମିତି ?

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ ସେବାକୁ ସହଜ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଲଗାତାର ପଦକ୍ଷେପ ନେଉଛି । ଏହି ପରିପ୍ରେକ୍ଷୀରେ ଗ୍ରାହକଙ୍କୁ ଉତ୍ତମ ସୁବିଧା ଯୋଗାଇଦେବା ପାଇଁ ରିଜର୍ଭ ବ୍ୟାଙ୍କ ଆଉ ଏକ ପଦକ୍ଷେପ ନେଇଛି । ଏବେ ସବୁ ବ୍ୟାଙ୍କର ଏଟିଏମରୁ ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡ ବିନା ହିଁ ଟଙ୍କା ଉଠାଯାଇପାରିବ । ଆଉ ଏହାଦ୍ୱାରା ପାଖରେ ଏଟିଏମ କାର୍ଡ ରଖିବା ଆବଶ୍ୟକ ପଡ଼ିବନି, ଖାଲି ସେତିକି ନୁହେଁ ଏହା ସହ କ୍ଲୋନିଂ ଦ୍ୱାରା ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଫ୍ରଡ୍ କୁ ମଧ୍ୟ ରୋକାଯାଇପାରିବ ।

ଅବଶ୍ୟ ବର୍ତ୍ତମାନ କିଛି ବ୍ୟାଙ୍କ କାର୍ଡଲେସ ଟଙ୍କା ଉଠାଣ ସୁବିଧା ଯୋଗାଉଛନ୍ତି କିନ୍ତୁ କେବଳ ନିଜ ବ୍ୟାଙ୍କର ଏଟିଏମରେ ଏହି ସୁବିଧା ମିଳୁଛି । ଅନ୍ୟ ବ୍ୟାଙ୍କର ଏଟିଏମରୁ ଏହି ସୁବିଧା ମିଳୁନାହିଁ । ତେବେ ଖୁବଶୀଘ୍ର ସବୁ ବ୍ୟାଙ୍କରୁ ବିନା କାର୍ଡରେ ବି ଟଙ୍କା ଉଠାଇପାରିବେ ।

ସୂଚନା ଅନୂଯାୟୀ, ୧୯ ମେ ରେ ଜାରି କରିଥିବା ଏକ ସର୍କୁଲାରରେ ରିଜର୍ଭ ବ୍ୟାଙ୍କ ଏହି ସୁବିଧା ଖୁବଶୀଘ୍ର ଆରମ୍ଭ କରିବାକୁ କହିଛି । ଆରବିଆଇ ସର୍କୁଲାରରେ କହିଛି ଯେ ସବୁ ବ୍ୟାଙ୍କ୍ ଏଟିଏମ ନେଟୱର୍କ ଏବଂ ହ୍ୱାଇଟ ଲେବଲ ଏଟିଏମ ଅପରେଟର୍ସ (WLAOs) ଏଟିଏମ ଉପରେ ଇଣ୍ଟ୍ରାପବେଲ କାର୍ଡଲେସ ଟଙ୍କା ଉଠାଣ ସୁବିଧା ଉପଲବ୍ଧ କରାଇବାକୁ ।

ଏହା ସହ ୟୁପିଆଇକୁ ସବୁ ବ୍ୟାଙ୍କ ଏବଂ ଏଟିଏମ ନେଟୱର୍କ ସହ ଯୋଡ଼ିବାକୁ ଏନପିସିଆଇକୁ ପରାମର୍ଶ ଦେଇଛି ଆରବିଆଇ । ବିନା କାର୍ଡରେ ନଗଦ ଉଠାଣ ପ୍ରକ୍ରିୟାରେ ୟୁପିଆଇର ବ୍ୟବହାର ଗ୍ରାହକଙ୍କୁ ଚିହ୍ନଟ କରିବା ପାଇଁ ହେବ । ଯେତେବେଳେକି ସେଟେଲମେଣ୍ଟ ନାସନାଲ ଫାଇନାନ୍ସସିଆଲ ସ୍ୱିଚ/ ଏଟିଏମ ନେଟୱର୍କ ଦ୍ୱାରା ହେବ ।

ରିଜର୍ଭ ବ୍ୟାଙ୍କ ତରଫରୁ କୁହାଯାଇଛି ଯେ ଏହି ଭଳି ଟ୍ରାଞ୍ଜାକ୍ସନ ଉପରେ ଅଲଗା କୌଣସି ଶୁଳ୍କ ଲାଗିବ ନାହିଁ । ପୂର୍ବରୁ ନିର୍ଦ୍ଦାରିତ ଏଟିଏମ ଶୁଳ୍କ ବ୍ୟତୀତ ଅନ୍ୟ କୌଣସି ଶୁଳ୍କ ନିଆଯିବନାହିଁ । କାର୍ଡଲେସ ଟ୍ରାଞ୍ଜାକ୍ସନ ସାଧାରଣ ଏଟିଏମରୁ ଟଙ୍କା ଉଠାଣ ଭଳି ହେବ । ଅର୍ଥାତ୍ ସାଧାରଣ ଭାବରେ ସବୁ କାର୍ଡରେ ଯେତିକି ନଗଦ କାଢ଼ିପାରୁଛନ୍ତି ସେତିକି ହିଁ କାଢ଼ିପାରିବେ । ଯଦି ଟ୍ରାଞ୍ଜାକ୍ସନ ଫେଲ ହେଉଛି ତେବେ ପୂର୍ବଭଳି କ୍ଷତିପୂରଣ ନିୟମ ଲାଗୁ ରହିବ ।

ବର୍ତ୍ତମାନ ନିଜ ବ୍ୟାଙ୍କର ଏଟିଏମରୁ ୫ ଏବଂ ଅନ୍ୟ ବ୍ୟାଙ୍କର ଏଟିଏମରୁ ୫ ଥର ଟଙ୍କା ଉଠାଇବାରେ ଯେଉଁଭଳି ଚାର୍ଜ ଲାଗୁନାହିଁ ସେହିଭଳି କାର୍ଡଲେସ ଟ୍ରାଞ୍ଜାକ୍ସନରେ ମଧ୍ୟ ସମାନ ନିୟମ ଲାଗୁ ହେବ । କିନ୍ତୁ ଟ୍ରାଞ୍ଜାକ୍ସନ ସୀମା ଅତିକ୍ରମ କଲା ପରେ ୨୧ ଟଙ୍କା ପ୍ରତି ଟ୍ରାଞ୍ଜାକ୍ସନ ପିଛା ଚାର୍ଜ କରାଯିବ ।

 

Get real time updates directly on you device, subscribe now.