ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମଥୁରା ସହରର ବସଷ୍ଟାଣ୍ଡରେ ଏକ ବଢ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ଥାନୀୟ ଲୋକେ । ହଠାତ ଆସିଥିବା ଭୟଙ୍କର ତୋଫାନରେ ରୋଡୱେଜ ବସର ଛାତ ଉଡାଇନେଇଛି । ତେବେ ଏହି ସମୟରେୀ ନିକଟରେ କେହି ନଥିବାରୁ କାହାର କୌଣସି କ୍ଷତି ହୋଇନାହିଁ । ତେବେ ଏହାପରେ ବସର ଡ୍ରାଇଭର ଏବଂ କଣ୍ଡକ୍ଟର ଏହାକୁ ଧରିବା ପାଇଁ ଖୁବ ପ୍ରୟାସ କରିଥିଲେ, କିନ୍ତୁ ବିଫଳ ହୋଇଛନ୍ତି । ଏହି ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ରାୟା କ୍ଷେତ୍ରରେ ସୋନାଇ ଅଞ୍ଚଳର ରାସ୍ତାରେ ଏପରି ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ହାତରସ ଡିପୋର ବସ ସୋନାଇ ନିକଟରେ ଅଚାନକ ଏକ ତେଫାନ ଦେଖିବାକୁ ମିଳିଥିଲା । ଏହାଦ୍ୱାରା ବସର ଛାତ ଉଡିଯାଇଛି । ତେବେ ଏହି ଦୁର୍ଘଟଣାରେ କାହାରି ପ୍ରାଣହାନୀ ହୋଇଥିବା ସୂଚନା ମିଳିପାରିନାହିଁ । ତେବେ ଏହାକୁ ଧରିବା ପାଇଁ ଡ୍ରାଇଭରଙ୍କ ଏବଂ କଣ୍ଡକ୍ଟରଙ୍କର ବିଭିନ୍ନ ଚେଷ୍ଟା ବିଫଳ ହେବାର ଏକ ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୂଚନା ଆନୁସାରେ, ଖୁବଶୀଘ୍ର ଏହି ଅବୈଧ ରିକ୍ସା ଷ୍ଟାଣ୍ଡ, ବସ ଷ୍ଟାଣ୍ଡ ଇଦତ୍ୟାଦିକୁ ବନ୍ଦ କରିବା ପାଇଁ କହିଥିଲେ । ଏହି ତୋଫାନ ଅତ୍ୟନ୍ତ ଶକ୍ତିଶାଳୀ ଥିଲା । ଏହା ଯୋଗୁଁ ଅନେକ ଫଳମୂଳ ସହିତ ପୋଲ, ଛପର ଆଦି ନଷ୍ଟା ହୋଇଯାଇଛି ।