fbpx
BJD SKY
BJD SKY

ସପାର ଲାଲ ଟୋପି ଜବାବରେ ବିଜେପି ବିଧାୟକ ପିନ୍ଧିଲେ ଗେରୁଆ ଟୋପି, ଏମିତି ଥିଲା ବିଧାନସଭାର ଦୃଶ୍ୟ

BJD

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭାରେ ସୋମବାର ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଶାସକ ଏବଂ ବିରୋଧୀ ଦଳର ବିଧାୟକଙ୍କ ମଧ୍ୟରେ ଟୋପି ପିନ୍ଧାକୁ ନେଇ ପ୍ରତିଯୋଗିତା ଦେଖିବାକୁ ମିଳିଛି। ବିଧାୟକମାନଙ୍କୁ ନିଜ ନିଜ ଦଳର ପତାକା ରଙ୍ଗର ଟୋପି ଏବଂ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି। ସମାଜବାଦୀ ପାର୍ଟିର ଲାଲ ଟୋପି ଜବାବରେ ବିଜେପି ବିଧାୟକମାନେ ଗୃହ ଭିତରେ ଗେରୁଆ ରଙ୍ଗର ଟୋପି ପିନ୍ଧିଥିଲେ। ଫଳରେ ବିଧାନସଭାର ଦୃଶ୍ୟ ରଙ୍ଗ ବେରଙ୍ଗର ନଜର ଆସିଥିଲା।

ଗୃହରେ ବହୁଜନ ସମାଜ ପାର୍ଟି(ବିଏସପି)ର ସଦସ୍ୟ ନୀଳ ରଙ୍ଗର ପୋଷାକ ପରିଧାନ କରିଥିବା ଦେଖିବାକୁ ମିଳିଥିଲା। ଭାରତୀୟ ସମାଜ ପାର୍ଟିର ବିଧାୟକ ସୁହେଲଦେବ ହଳଦିଆ ଗାମୁଛା ଏବଂ ରାଷ୍ଟ୍ରୀୟ ଲୋକ ଦଳର ବିଧାୟକ ସବୁଜ ରଙ୍ଗର ଗାମୁଛା ବେକରେ ପକାଇଥିଲେ। ବିରୋଧୀ ଦଳ ନେତା ଅଖିଳେଶ ଯାଦବ ଗୃହରେ ପ୍ରବେଶ ସମୟରେ ସମାଜବାଦୀ ପାର୍ଟିର ବିଧାୟକ ତାଙ୍କ ସମର୍ଥନରେ ଜିନ୍ଦାବାଦ ନାରା ଦେଇଥିଲେ। ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସମେତ ଅନେକ ମନ୍ତ୍ରୀ ନିଜ ଆସନରୁ ଉଠି ଅଖିଲେଶ ଯାଦବଙ୍କୁ ସ୍ଵାଗତ କରିଛନ୍ତି।

ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଧାନସଭା ବାଚସ୍ପତି ସତୀଶ ମହାନା ଏବଂ ବିଧାନ ପରିଷଦର ସଭାପତି ମାନବେନ୍ଦ୍ର ସିଂହ ଗୃହରେ ଏକାଠି ନଜର ଆସିଥିଲେ। ଏହା ପୂର୍ବରୁ ରାଜ୍ୟପାଳ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ବିରୋଧୀ ଦଳ ସଦସ୍ୟ ବିଶେଷ କରି ସପାର ବିଧାୟକ ଲାଲ, ନୀଳ, କଳା ରଙ୍ଗର ସରକାର ବିରୋଧୀ ପ୍ଲା କାର୍ଡ ଧରି ଗୃହକୁ ଆସିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିଧାୟକ ପ୍ଲା କାର୍ଡ ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ।

Get real time updates directly on you device, subscribe now.