fbpx

ଆସନ୍ତାକାଲି ଭାରତ ବନ୍ଦ ଡାକରା: ଜାଣନ୍ତୁ କାହିଁକି ଓ କେଉଁଠାରେ ପଡିବ ପ୍ରଭାବ

ନୂଆଦିଲ୍ଲୀ: ରାଷ୍ଟ୍ରିୟ ପଛୁଆ ବର୍ଗ ମୋର୍ଚ୍ଚା ଓଡ଼ିଶା ପକ୍ଷରୁ ଭାରତ ସରକାରଙ୍କ ଓବିସିମାନଙ୍କ ଜାତି ଅଧାରିତ ଜନଗଣନା ନକରାଯିବା ବିରୋଧରେ ୨୫ ମେ’ ଅର୍ଥାତ୍ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି । ଉତ୍ତରପ୍ରଦେଶରେ ବାହୁଜନ ମୁକ୍ତି ପାର୍ଟି (ବିଏମପି) ସାହାରନପୁର ଜିଲ୍ଲା ସଭାପତି ନୀରଜ ଧିମାନ କହିଛନ୍ତି ଯେ, ଅନ୍ୟ ପଛୁଆ ଜାତିଗୁଡ଼ିକର ସ୍ୱତନ୍ତ୍ର ଜାତିଭିତ୍ତିକ ଜନଗଣନା କରିବାକୁ କେନ୍ଦ୍ର ସରକାର ମନା କରିଛନ୍ତି । ନିର୍ବାଚନରେ ଇଭିଏମ୍ ବ୍ୟବହାର ଏବଂ ବେସରକାରୀ କ୍ଷେତ୍ରରେ SC / ST / OBC ପାଇଁ ସଂରକ୍ଷଣର କାର୍ଯ୍ୟାନ୍ୱୟନକୁ ନେଇ ମଧ୍ୟ ସମସ୍ୟା ସୃଷ୍ଟି କରିଛନ୍ତି ।

ବିଏମପି ମୁଖ୍ୟ ନୀରଜ ଧିମାନଙ୍କ ମତରେ, ନିର୍ବାଚନ ଇଭିଏମରେ ଜଡ଼ିତ ଗଡ଼ବଡ଼ି ବ୍ୟତୀତ ବେସରକାରୀ କ୍ଷେତ୍ରରେ SC,ST OBC ପାଇଁ ସଂରକ୍ଷଣ ଲାଗୁ ନକରିବା କାରଣରୁ ଭାରତ ବନ୍ଦ ଡାକରା ଦେଉଛୁ । ଏଥିପାଇଁ ବହୁଜନ ମୁକ୍ତି ପାର୍ଟି ଓ ବିଏମଏମସିଇଏଫ୍ ଏକାଠି ହୋଇ କାମ କରୁଛି । ଏହା ବ୍ୟତୀତ ଆମକୁ ଚବହୁଜନ କ୍ରାନ୍ତି ମୋର୍ଚ୍ଚାର ବି ସମର୍ଥନ ମିଳିଛି ।

ସେହି ୮ ଟି ଦାବି କ’ଣ, ଯେଉଁଥିପାଇଁ ଭରତ ବନ୍ଦ ଡକାଯାଇଛି :-

-କାହିଁକି ଜାତିଗତ ଆଧାରରେ କେନ୍ଦ୍ର ସରକାର ଓବିସି ଜନଗଣନା କରିନାହାଁନ୍ତି?
-ନିର୍ବାଚନରେ ଇଭିଏମ୍ ସହିତ ଟାମ୍ପରିଂ କରିବାର ଅନେକ ଅଭିଯୋଗ ଆସିଛି । ଇଭିଏମ୍ ବ୍ୟବହାର ବନ୍ଦ ହେବା ଉଚିତ୍ ।
-ବେସରକାରୀ କ୍ଷେତ୍ରରେ ମଧ୍ୟ ଏସସସ-ଏସଟି ଓ ଓବିସି ସଂରକ୍ଷଣ ଲାଗୁ ହେବା ଉଚିତ ।
-ଏନଆରସି/ସିଏଏ/ଲନପିଆର ବିରୋଧରେ ସ୍ୱର ଉତ୍ତୋଳନ ।
-ପୁରୁଣା ପେନସେନ୍ ଯୋଜନା ପୁଣଇ ସ୍ଥାପିତ ହେବା ଉଚିତ୍ ।
-ଚାଷୀଙ୍କୁ ଏମଏସପି ଗ୍ୟାରେଣ୍ଟି ଦେବା ପାଇଁ ଏକ ଆଇନ ପ୍ରସ୍ତୁତ କରାଯିବା ଉଚିତ ।
-ଲୋକମାନେ ଟିକାକରଣ ପାଇଁ ବାଧ୍ୟ ହେବା ଉଚିତ୍ ନୁହେଁ ।
-ପରିବେଶ ସୁରକ୍ଷା ବାହାନାରେ ଆଦିବାସୀଙ୍କ ବିସ୍ଥାପନ କରାଯିବା ଉଚିତ ନୁହେଁ ।

ଏହା କେଉଁଠାରେ ପ୍ରଭାବିତ ହୋଇପାରେ :-
ମେ’ ୨୫ ରେ ଡକାଯାଇଥିବା ଭାରତ ବନ୍ଦ ସାଧାରଣ ଜୀବନ ଉପରେ ପ୍ରଭାବ ପକାଇପାରେ । ଏହି ସମୟ ମଧ୍ୟରେ ଦୋକାନ ବନ୍ଦ ଏବଂ ଜନସାଧାରଣ ପରିବହନ ବନ୍ଦ ଯୋଗୁଁ ଦେଶର ବିଭିନ୍ନ ସହରର ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି ସମୟରେ ଦୋକାନ ବନ୍ଦ ରଖିବାକୁ ସୋସିଆଲ ମିଡିଆରେ ନିବେଦନ କରାଯାଇଛି ।

Get real time updates directly on you device, subscribe now.