ମଣିପୁର: ମଣିପୁରର ଖୋଙ୍ଗଜମର ସାପାମ ମୟାଇ ଲାଇକାଇର ଏକ କମ୍ୟୁନିଟି ହଲରେ ଆଇଇଡି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ଆନନ-କାନନରେ ଥିବା ଥୁବାଲ ମେଡିକାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି ।
ପୋଲିସର କହିବା ମୁତାବକ, ଫରେନ୍ସିକ୍ ପରୀକ୍ଷା ପାଇଁ ଘଟଣାସ୍ଥଳକୁ ଘେରାବନ୍ଦୀ କରାଯାଇ ଯାଞ୍ଚ ଚାଲିଛି । ତେବେ ଏହି ବିସ୍ଫୋରଣ କିଏ ଓ କାହିଁକି କରିଛି, ସେନେଇ କୌଣସି ସୂଚନା ମିଳିପାରି ନାହିଁ । ଏନେଇ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି ।