fbpx

କରୋନାକୁ ହରାଇଲେ ୧୦୧ ବର୍ଷୀୟ ବୃଦ୍ଧ

ସାରା ବିଶ୍ୱରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ବୟସ୍କଙ୍କ ଅନୁପାତ ଅଧିକ । ୬୦ ବର୍ଷରୁ ଅଧିକ ବୟସ୍କ ଲୋକେ ବହୁ ଶୀଘ୍ର ଏଥିରେ ଆକ୍ରାନ୍ତ ହେଉଛନ୍ତି ।ଏଭଳି ଅବସ୍ଥାରେ ଇଟାଲୀରୁ ଆସିଥିବା ଏକ ଖବର ସଭିଙ୍କୁ ଚମକାଇ ଦେଇଛି । କରୋନାରେ ଆକ୍ରାନ୍ତ ହୋଇଥିବା ଇଟାଲୀର ଜଣେ ୧୦୧ ବର୍ଷୀୟ ବୃଦ୍ଧ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସୂଚନା ମୁତାବକ ସଂପୃକ୍ତ ବୃଦ୍ଧ ଜଣକ ଗତ ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ଏବେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯଦିଓ ତାଙ୍କ ନାଁ ପ୍ରକାଶ କରାଯାଇନାହିଁ ତଥାପି ଇଟାଲୀରେ ତାଙ୍କୁ ମିଷ୍ଟର ପି ବୋଲି କୁହାଯାଉଛି । ଏହି ବୃଦ୍ଧଙ୍କର ୧୯୧୯ ମସିହାରେ ଜନ୍ମ ହୋଇଥିଲା । ପୂର୍ବରୁ ଚୀନର ଉହାନରେ ମଧ୍ୟ ଜଣେ ୧୦୩ ବର୍ଷୀୟ କରୋନା ଆକ୍ରାନ୍ତ ବୃଦ୍ଧା ସୁସ୍ଥ ହୋଇ ଘରକୁ ଫେରିଥିଲେ ।

Get real time updates directly on you device, subscribe now.