fbpx

ଶପଥ ନେଲେ ନବୀନଙ୍କ ନୂଆ ଟିମ୍, ୧୩ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶପଥ ଗ୍ରହଣ କରିଛନ୍ତି ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ। ଲୋକସେବା କନଭେସନ ହଲରେ ନବୀନଙ୍କ ନୂଆ ଟିମ୍ ର ୧୩ କ୍ୟାବିନେଟ୍ ମନ୍ତ୍ରୀ ଓ ୮ ରାଷ୍ଟ୍ରମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍ । ଏହି ମନ୍ତ୍ରୀ ମଣ୍ଡଳରେ ୫ ଜଣ ମହିଳାଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିବ । ସେମାନଙ୍କ ଭିତରୁ ୩ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ୨ ଜଣ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।

ସର୍ବପ୍ରଥମେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଜଗନ୍ନାଥ ସାରକା ଶପଥ ନେଇଛନ୍ତି। ଏହା ପରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ନିରଞ୍ଜନ ପୂଜାରୀ। ଉଷା ଦେବୀ(କ୍ୟାବିନେଟ୍) ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଆଠଗଡ଼ ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ।

ସେହିଭଳି ବିଂଝାରପୁର ବିଧାୟିକା ପ୍ରମୀଳା ମଲ୍ଲିକ, କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ କ୍ୟାବିନେଟ୍ ମନ୍ତ୍ରୀ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏବଂ ଆଳି ବିଧାୟକ ପ୍ରତାପ କେଶରୀ ଦେବ ମଧ୍ୟ କ୍ୟାବିନେଟ୍ ରେ ସ୍ଥାନ ପାଇଛନ୍ତି ।

ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍ ଏବଂ ନବ କିଶୋର ଦାସ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପୂର୍ବରୁ ଦୁହେଁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ଥିଲେ। ସେହିପରି ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଟିଟିଲାଗଡ଼ ବିଧାୟକ ଟୁକୁନି ସାହୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ । ଲୋକସେବା କନଭେନସନ୍ ହଲରେ ଚାଲିଛି ଶପଥ ଗ୍ରହଣ ଉତ୍ସବ।

 

 

Get real time updates directly on you device, subscribe now.