fbpx

କଲ୍ଲୁ ୱେଡ୍ସ ଭୂରୀ: ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ କୁକୁର

ଆପଣ ଅନେକ ବାହାଘର ଦେଖିଥିବେ କିନ୍ତୁ କେବେ କୁକୁରଙ୍କ ବିବାହ କଥା ଶୁଣିଛନ୍ତି କି? ଉତ୍ତରପ୍ରଦେଶ ହମୀରପୁର ଜିଲ୍ଲାରେ ଏଭଳି ଅଜବ ବିବାହ ଦେଖିବାକୁ ମିଳିଛି ଯେଉଁଠାରେ ହୋଇଛି ଦୁଇ କୁକୁରଙ୍କ ବିବାହ । ଖାଲି ସେତିକି ନୁହେଁ କୁକୁରର ବାହାଘର ପାଇଁ ସ୍ୱତନ୍ତ୍ର ଭାବରେ ବରଯାତ୍ରୀ ମଧ୍ୟ ଆସିଥିଲା ଆଉ ତାହାବି ପୁଣି ୩୨ କିମି ଦୂରରୁ, ଖାଲି ସେତିକି ନୁହେଁ ଜୋରଦାର ଡାନ୍ସ ମଧ୍ୟ କରିଥିଲେ ବରଯାତ୍ରୀ । ଆଉ ଏହି ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ହମୀରପୁର ଭରୁଆ ସୁମେରପୁରରେ ରବିବାର ଏହି ବିବାହ ହୋଇଛି । ଏହି ବିବାହ ଦୁଇ ସନ୍ଥଙ୍କ କୁକୁରଙ୍କ ମଧ୍ୟରେ ହୋଇଛି । ସନ୍ଥ ନିଜର ପାଳିତ ପଶୁଙ୍କ ବିବାହ କରି ପରସ୍ପର ସମୁଦି ହୋଇଛନ୍ତି । ରୀତିନୀତି ଅନୁସାରେ ବିବାହ ହୋଇଥିଲା । କୁକୁର କଲ୍ଲୁର କନିଆଁ ସାଜିଛି ଭୂରୀ ।

ବରଯାତ୍ରୀ ମନାସର ବାବା ଶିବ ମନ୍ଦିର ରୁ ବାଜା ରୋଷଣୀ ସହ ବାହାରିଥିଲା । ଏହି ବିବାହରେ ପ୍ରାୟ ୧୦୦ ବରଯାତ୍ରୀ ସାମିଲ ହୋଇଥିଲେ । କୁକୁରଙ୍କୁ ନୂଆ କପଡ଼ା ଏବଂ ସୁନା ଚାନ୍ଦି ରେ ସଜା ଯାଇଥିଲା । ବରଯାତ୍ରୀଙ୍କ ପାଇଁ ଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା ।

ତେବେ ଏହି ଅନନ୍ୟ ବିବାହ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ଯେ କିପରି ଦୁଇ କୁକୁରଙ୍କର ବିବାହ ଧୁମଧାମରେ ହୋଇଛି ।

Get real time updates directly on you device, subscribe now.