fbpx

ଖେଳାଳି ଖାଇଗଲେ ୧.୭୪ କୋଟିର ଖାଦ୍ୟ: ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଏବଂ ବିବାଦ ସହିତ ରହିଛି ଗଭୀର ସମ୍ପର୍କ । ପଡିଆ ଭିତରେ କିମ୍ବା ମଇଦାନ ବାହାରେ ବିଭିନ୍ନ ମାମଲାକୁ ନେଇ ଅନେକ ବିବାଦ ଲାଗି ରହିଛି । ସେହିଭଳି ଏକ ବିବାଦ ପୁଣି ଦେଖାଦେଇଛି ଚଳିତ ରଣଜୀ ଟ୍ରଫି ସମୟରେ । ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ମୁମ୍ବାଇ-ଉତ୍ତରାଖଣ୍ଡ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚକୁ ୭୨୫ ରନରେ ବିଜୟ ହାସଲ କରି ଇତିହାସ ରଚିଛି ମୁମ୍ବାଇ । କିନ୍ତୁ ମ୍ୟାଚ ହାରିବା ପରେ ଉତ୍ତରାଖଣ୍ଡକୁ ନେଇ ଆରମ୍ଭ ହୋଇଥିଲା ଏକ ବଡ ବିବାଦ । ଏହି ବିବାଦ ଏତେ ବଢିଯାଇଥିଲା ଯେ, ଶେଷରେ କ୍ରିକେଟ ଆସୋସିଏସନକୁ ଏ ନେଇ ହସ୍ତକ୍ଷେପ କରିବାକୁ ପଡିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଉତ୍ତରାଖଣ୍ଡ କ୍ରିକେଟ ଟିମ କୋଟି କୋଟି ଟଙ୍କାର ଖର୍ଚ୍ଚ ଦେଖାଇଛି । ଖେଳାଳିମାନଙ୍କ ଖାଦ୍ୟପେୟ ବାବଦରେ ମୋଟ ୧.୭୪ କୋଟି ଟଙ୍କା ବ୍ୟୟ ହୋଇଛି । ଖେଳାଳି ମାନଙ୍କ ଦୈନିକ ଭତ୍ତା ବାବଦକୁ ୪୯ ଲକ୍ଷ ୫୮ ହଜାର ଟଙ୍କା ଦିଆଯାଇଥିଲା । ତେବେ ଏଥି ମଧ୍ୟରେ କଦଳୀ ଏବଂ ପାଣି ବୋତଲକୁ ନେଇ ମଧ୍ୟ ଆଶ୍ଚର୍ଯ୍ୟଜନକ ତଥ୍ୟ ରେକର୍ଡ ହୋଇଛି । ରିପୋର୍ଟ ମୁତାବକ କେବଳ କଦଳୀ ବାବଦରେ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପାଣି ବୋତଲ ପାଇଁ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି ।

ତେବେ କେବଳ ଖର୍ଚ୍ଚ ନୁହେଁ, ଏଠାରୁ ପ୍ରଶାସନିକ ଅନିୟମିତତା ସମ୍ବନ୍ଧିତ ଖବର ମଧ୍ୟ ସାମନାକୁ ଆସିଛି । ଶେଷରେ ବିବାଦ ବଢିବାରୁ ଆସୋସିଏସନ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ ସମସ୍ତ ଘଟଣା ସ୍ପଷ୍ଟ କରାଯାଇଛି । ୨୦୨୧-୨୨ ସିଜନରେ ପ୍ରତ୍ୟେକ ଖେଳାଳିଙ୍କୁ ୧୨୫୦ ଏବଂ ସପୋର୍ଟ ଷ୍ଟାଫଙ୍କୁ ୧୫୦୦ ଟଙ୍କା ପ୍ରଦାନ କରାଯାଏ । ତେବେ ବାୟୋ ବବଲ କାରଣରୁ ଖେଳାଳିମାନେ ବାହାର କାଦ୍ୟ ଖାଇପାରିବେ ନାହିଁ । ତେଣୁ ସେମାନଙ୍କ ଖାଦ୍ୟପେୟର ସମସ୍ତ ବ୍ୟବସ୍ଥା ହୋଟେଲରେ ହିଁ କରାଯାଉଛି ।

Get real time updates directly on you device, subscribe now.