ରାହୁଲ ଶ୍ରୀବାସ୍ତବ ଭାରତର ୭୪ତମ ଚେସ୍‌ ଗ୍ରାଣ୍ଡମାଷ୍ଟର

ଚେନ୍ନାଇ: ତେଲେଙ୍ଗାନାର ରାହୁଲ ଶ୍ରୀବାସ୍ତବ ଭାରତର ୭୪ତମ ଗ୍ରାଣ୍ଡମାଷ୍ଟର ହେବାର ସୌଗାଗ୍ୟ ଲାଭ କରିଛନ୍ତି । ଇଟାଲୀରେ ଅନୁଷ୍ଠିତ ନବମ କାଟୋଲିକା ଚେସ୍‌ ଫେଷ୍ଟିଭାଲରେ ୧୯ ବର୍ଷୀୟ ଶ୍ରୀବାସ୍ତବ ୨୫୦୦ ଏଲୋ ରେଟିଂ ପଏଣ୍ଟ ହାସଲ କରିବା ପରେ ଗ୍ରାଣ୍ଡମାଷ୍ଟର ଆଖ୍ୟା ପାଇବା ପାଇଁ ହକଦାର ହୋଇ ପାରିଛନ୍ତି । ଏହି ଚେସ୍‌ ଫେଷ୍ଟିଭାଲର ଅଷ୍ଟମ ରାଉଣ୍ଡରେ ଗ୍ରାଣ୍ଡମାଷ୍ଟର ଲେଭାନ ପାନସୁଲାଆଙ୍କ ବିକ୍ଷରେ ମ୍ୟାଚ ଡ୍ର ରଖିବା ପରେ ଏହି ସୁଯୋଗ ହାତେଇ ପାରିଛନ୍ତି ।

ସୂଚନା ଯୋଗ୍ୟ ଯେ ଏହା ପୂର୍ବରୁ ୫ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରିଥିଲେ । ଯାହା ଗ୍ରାଣ୍ଡମାଷ୍ଟର ଆଖ୍ୟା ପାଇଁ ବିଶେଷ ସହାୟକ ହୋଇ ଥିଲା । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜଣେ ଖେଳାଳି ଗ୍ରାଣ୍ଡମାଷ୍ଟର ହେବା ପାଇଁ ଅତି କମରେ ତିନି ଗ୍ରାଣ୍ଡମାଷ୍ଟର ନର୍ମ ସହିତ ୨୫୦୦ ଏଲୋ ପଏଣ୍ଟ ସଂଗ୍ରହ କରିବା ଦରକାର । ଗତ ଜାନୁଆରୀ ମାସରେ ଭାରତର ଅନ୍ୟତମ ଚେସ୍‌ ଖେଳାଳି ଭରଥ ସୁବ୍ରମଣ୍ୟମ ଦେଶର ୭୩ତମ ଗ୍ରାଣ୍ଡମାଷ୍ଟର ଆଖ୍ୟା ଅର୍ଜନ କରିଥିଲେ । ପୁଣି ଥରେ ସ୍ମରଣ କରାଇ ଦିଆ ଯାଇ ପାରେ କିମ୍ବଦନ୍ତୀ ଚେସ୍‌ ତାରକା ତଥା ପାଞ୍ଚଥର ବିଶ୍ୱ ଚାମ୍ପିଅନ ୧୯୮୮ରେ ଭାରତର ପ୍ରଥମ ଗ୍ରାଣ୍ଡମାଷ୍ଟର ଆଖ୍ୟା ଅର୍ଜନ କରିଥିଲେ ।