ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ କରୋନାର ୮ ହଜାର ୫୮୨ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି । ସେହିପରି କରୋନାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥି ସହିତ ଦେଶରେ କୋଭିଡ ସଂକ୍ରମଣ ୪୪ ହଜାର ୫୧୩ କୁ ବୃଦ୍ଧିପାଇଛି ।
ସେହିପରି ଗତକାଲି ୮,୩୨୯ ନୂଆ ସଂକ୍ରମିତ ସାମ୍ନାକୁ ଆସିଥିବା ବେଳେ, କାଲି ତୁଳନାରେ ଆଜି ଏହା ୩ ପ୍ରତିଶତ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ସୂଚନା ଅନୁସାରେ ଭାରତରେ କରୋନାର ଆକ୍ଟିଭ କେସ୍ ୪୪,୫୧୩ କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଗତକାଲି ମହାରାଷ୍ଟ୍ରରେ ୨,୯୨୨ଟି ନୂଆ ମାମଲା ସାମ୍ନାକୁ ଆସିଥିଲା ।
କରୋନାର ପ୍ରକୋପ ରାଜଧାନୀ ଦିଲ୍ଲୀରେ ମଧ୍ୟ ଦେଖିବାକୁ ମିଳିଛି । ଗତକାଲି ଦିଲ୍ଲୀରେ କରୋନାର ୭୯୫ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀରେ ପଜିଟିଭିଟି ରେଟ୍ ୪.୧୧ ପ୍ରତିଶତକୁ ବୃଦ୍ଧି ପାଇଛି । ସୂଚନାନୁସାରେ ଏହା ପୂର୍ବରୁ ଦିଲ୍ଲୀରେ ଗତ ମେ ୧୩ ରେ କରୋନାର ୮୮୯ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ୪ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା ।