ନୂଆଦିଲ୍ଲୀ: ଗୌତମବୁଦ୍ଧ ନଗରରେ ପୁଣି ଥରେ ଡିଜିଟାଲ ରେପ୍ ମାମଲା ସାମ୍ନାକୁ ଆସିଛି । ଗ୍ରେଟର ନୋଏଡା ୱେଷ୍ଟରେ ଜଣେ ୩ ବର୍ଷର ଝିଅ ସହ ସ୍କୁଲରେ ଏହି ଘଟଣା ଘଟିଛି । ପୀଡ଼ିତ ଶିଶୁର ବାପା ଆୟକର ବିଭାଗରେ ଅଧିକାରୀ ଅଛନ୍ତି । ଝିଅ ସହ ଘଟିଥିବା ଏହି ଘଟଣା ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି ।
ପୀଡ଼ିତ ଶିଶୁ ଘରେ କହିଥିଲା ଯେ ସ୍କୁଲରେ ଅଙ୍କଲ ତାଙ୍କ ସହ ଖରାପ କାମ କରିଛନ୍ତି । ଅବଶ୍ୟ ଶିଶୁ ଅଭିଯୁକ୍ତକୁ ଚିହ୍ନଟ କରିପାରିନାହିଁ । ପୀଡ଼ିତ ଶିଶୁର ବାପାଙ୍କ ଅଭିଯୋଗ ପରେ ବିସରଖ ପୋଲିସ ମକଦ୍ଦମା ରୁଜୁ କରି ଅଭିଯୁକ୍ତକୁ ଧରିବାକୁ ଦୁଇଟି ଟିମ୍ ଗଠନ କରିଛନ୍ତି । ପୋଲିସ ଅଧିକାରୀ କହିଛନ୍ତି ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ । ପୀଡ଼ିତ ଅଭିଯୋଗରେ କହିଛନ୍ତି ଯେ ପ୍ଲେ ସ୍କୁଲରେ ତାଙ୍କ ଝିଅ ସହ କେହି ଡିଜିଟାଲ ରେପ୍ ଘଟଣାକୁ ଘଟାଇଛି । ଘଟଣା ସ୍କୁଲରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।
ଘଟଣାକୁ ନେଇ ଶିଶୁର ପରିବାର ସ୍ତବ୍ଧ ହୋଇପଡ଼ିଛି । ଗତ ସପ୍ତାହରେ ମଧ୍ୟ ନୋଏଡା ପୋଲିସ ଡିଜିଟାଲ ରେପ୍ ମାମଲାରେ ଜଣେ ଚିତ୍ରକାରଙ୍କୁ ଗିରଫ କରିଥିଲା ।
ଡିଜିଟାଲ ରେପ୍ କ’ଣ?
ପୋଲିସ ଅନୂଯାୟୀ ଡିଜିଟାଲ ରେପର ଅର୍ଥ ଏହା ନୁହେଁ ଯେ କୌଣସି ଝିଅର ଶୋଷଣ ଇଣ୍ଟରନେଣ୍ଟ ଦ୍ୱାରା କରାଯାଇଛି । ଏହି ଶବ୍ଦ ଡିଜିଟି ଏବଂ ରେପ୍ ରୁ ହୋଇଛି । ଇଂରାଜୀରେ ଡିଜିଟର ଅର୍ଥ ସଂଖ୍ୟା ହୋଇଥାଏ, ଇଂରାଜୀ ଶବ୍ଦକୋଷ ଅନୂଯାୟୀ ହାତର ଆଙ୍ଗୁଠି, ଗୋଡ଼ ଆଙ୍ଗୁଠି ଏବଂ ଶରୀର ଏହିଭଳି ଅଙ୍ଗକୁ ମଧ୍ୟ ଡିଜିଟ୍ କୁହାଯାଏ । ଯୌନ ଉତ୍ପୀଡ଼ନ ଯେଉଁ ଡିଜିଟରେ କରାଯାଇଛି, ସେତେବେଳେ ଏହାକୁ ଡିଜିଟାଲ ରେପ୍ କୁହାଯାଏ । ପ୍ରକୃତରେ ଡିଜିଟାଲ ରେପ ସହ ଜଡ଼ିତ ଘଟଣାରେ ମହିଳାଙ୍କ ପ୍ରାଇଭେଟ୍ ପାର୍ଟରେ ଆଙ୍ଗୁଠିର ବ୍ୟବହାର ହୋଇଥାଏ । ନିର୍ଭୟା କାଣ୍ଡ ପରଠାରୁ ମହିଳାଙ୍କ ବିରୋଧରେ ବଢ଼ୁଥିବା ଦୁଷ୍ମର୍ମ ଏବଂ ଯୌନ ଉତ୍ପୀଡ଼ନ ଭଳି ଘଟଣା ଉପରେ ଲଗାମ ଲଗାଇବା ପାଇଁ ଡିଜିଟାଲ ରେପ୍ ଉପରେ ମଧ୍ୟ କଡ଼ା ଦଣ୍ଡ ବ୍ୟବସ୍ଥା କରାଯାଇଛି ।