fbpx

ୟେସ୍ ବ୍ୟାଙ୍କରୁ ଫେରିଲା ଶ୍ରୀମନ୍ଦିର ଦ୍ୱିତୀୟ ଫିକ୍ସ ଡିପୋଜିଟ୍

ନୂଆଦିଲ୍ଲୀ,୩୦ା୩: ଆଜି ଶ୍ରୀମନ୍ଦିରର ଏସବିଆଇ ଆକାଉଣ୍ଟକୁ ଫେରିଛି ଦ୍ୱିତୀୟ ସ୍ଥାୟୀ ଜମା ଟଙ୍କା । ୟେସ୍ ବ୍ୟାଙ୍କରୁ ଶ୍ରୀମନ୍ଦିର ଆକାଉଣ୍ଟକୁ ୧୫୬କୋଟି ଟଙ୍କା ଫେରିଛି ।  ମୂଳ ୧୫୬କୋଟି ସହ ୪କୋଟିର ସୁଧ ମିଶି ସମୁଦାୟ ୧୬୦କୋଟି ଫେରିଛି । ସୁଧ ସହ ଇ-ଟ୍ରାନ୍ସଫର ମାଧ୍ୟମରେ ଶ୍ରୀମନ୍ଦିର ଏସବିଆଇ ଜମା ଖାତାକୁ ଟଙ୍କା ଫେରିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଗତ ୧୯ରେ ୩୯୭କୋଟି ୨୩ଲକ୍ଷ ୨୭ହଜାର ୬୩୬ ଟଙ୍କା ଫେରିଥିଲା ।

Get real time updates directly on you device, subscribe now.