fbpx

ଛୋଲେ ଭଟୁରେ ଖାଉଥିଲେ ସାବଧାନ, ଆପଣଙ୍କ ସହ ନହୋଇଯାଉ ଏପରି ଘଟଣା….

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯୁବପିଢିମାନେ ବାହାର ଖାଦ୍ୟକୁ ଅଧିକ ପସନ୍ଦ କରୁଥିବା ବେଳେ ଏହି ଖାଦ୍ୟ କେଉଁ ପରିବେଶରେ ତିଆରି ହେଉଛି ତାକୁ କେହି ଗୁରୁତ୍ୱ ଦେଉ ନାହାନ୍ତି । ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ତିଆରି ହେଉଥିବାରୁ ବେଳେବେଳେ ଖାଦ୍ୟରେ ଅସରପା ଝିଟିପିଟି ଭଳି ଜୀବ ଦେଖିବାକୁ ପାଆନ୍ତି ଗ୍ରାହକ । ଏଭଳି ଏକ ଘଟଣା ଚଣ୍ଡିଗଡ଼ର ସାଗର ରତ୍ନ ଆଉଟଲେଟ ନାମକ ଏକ ରେଷ୍ଟୁରାଣ୍ଟରେ ଦେଖିବାକୁ ମିଳିଛି ।

ଗ୍ରାହକ ଜଣକ ଏହି ରେଷ୍ଟୁରାଣ୍ଟକୁ ଖାଇବାକୁ ଆସିଥିଲେ ଏବଂ ଛୋଲେ ଭଟୁରେ ଅର୍ଡର କରିଥିଲେ । ସେ ଖାଇବା ଆରମ୍ଭ ମଧ୍ୟ କରିଦେଇଥିଲେ କିନ୍ତୁ ଖାଦ୍ୟ ଅଧା ଖାଇବା ପରେ ସେ ସେଥିରେ ଏକ ଝିଟିପିଟି ପଡ଼ିଥିବା ଦେଖିଥିଲେ ।

ଗ୍ରାହକ ଜଣକ ଏହି ଘଟଣାର ଭିଡିଓକୁ ଟ୍ୱିଟର ମାଧ୍ୟମରେ ସେୟାର କରିବା ସହ ଚଣ୍ଡିଗଡ଼ର ଡିଜିପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ଡିଜିପି ଚଣ୍ଡିଗଡ଼ର ଖାଦ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଖବର ଦେଇଥିଲେ ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଖାଦ୍ୟ ଓ ସୁରକ୍ଷା ବିଭାଗର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଖାଦ୍ୟ ନମୁନା ସଂଗ୍ରହ କରିଥିଲା । ଏହି ନମୁନାକୁ ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳାକୁ ପଠା ଯାଇଥିବା ବେଳେ ୧୫ ଦିନ ଭିତରେ ରିପୋର୍ଟ ଆସିବା ନେଇ ଖାଦ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ନିୟମ ଅନୁସାରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

 

 

Get real time updates directly on you device, subscribe now.