fbpx

ପୁଣି ଚର୍ଚ୍ଚାକୁ ଆସିଲା ଯଶିପୁର: ଡାହାଣୀ ସନ୍ଦେହରେ ମହିଳାଙ୍କୁ କଲେ ହତ୍ୟା

ମୟୁରଭଞ୍ଜ: ଦେଢ ବର୍ଷ ପରେ ପୁଣିଥରେ ଚର୍ଚ୍ଚାକୁ ଆସିଛି ମୟୁରଭଞ୍ଜର ଯଶିପୁର । ଏଠାକାର ଜଣେ ମହିଳାଙ୍କୁ ଡାହାଣୀ ସନ୍ଦେହରେ ମାରି ଦିଆଯାଇଥିବା ନେଷଇ ଅଭିଯୋଗ କରାଯାଇଛି । ଅତି ନିର୍ମମ ଭାବରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା କରିଛି ଦୁର୍ବୃତ୍ତ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କାର୍ଯ୍ୟ ଆରମ୍ଭ କରି ଦେଇଛି ।

ସୂଚନା ଅନୁସାରେ, ମୟୁରଭଞ୍ଜ ଯଶିପୁର ଥାନା ଅନ୍ତର୍ଗତ ପୋଡାଗଡ ଗାଁରେ ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ଶୋଇଥିବା ଅବସ୍ଥାରେ ତାଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ଅନୁମାନ କରାଯାଉଛି । ମୃତଦେହ ନିକଟରେ ଏକ ରକ୍ତ ଜୁଡୁବୁଡୁ ପଥର ମଧ୍ୟ ପଡିଥିବାର ଦେଖିବାକୁ ମିଳିଛି । ତେବେ ଏଥିରେ ରକ୍ତ ସହିତ ମହିଳାଙ୍କ ଚୁଟି ଲାଗିଥିବାରୁ ଏହି ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ ହୋଇଛି । ଖବର ପାଇ ଘଟଣାସ୍ଥଳରେ ଏସଡିପିଓ ସୁଦର୍ଶନ ଗଙ୍ଗଇ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ଡାହାଣୀ ସନ୍ଦେହରେ ସେହି ଗାଁର ଚମ୍ପାବତୀ ହେମ୍ବ୍ରମଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା କୁହାଯାଉଛି । ତେବେ ପୋଲିସ ଏ ମାମଲା ନେଇ କୌଣସି ସ୍ପଷ୍ଟ ତଥ୍ୟ ଦେଇନି । ସାଇଣ୍ଟିପିକ ଟିମକୁ ଅପେକ୍ଷା କରି ରହିଛି ଯଶିପୁର ପୋଲିସ । ତେବେ ମୃତକଙ୍କ ପୁଅ ଚମ୍ପାବତୀଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଏହାପୂର୍ବରୁ ଗତବର୍ଷ ଜାନୁୟାରୀ ମାସରେ ଝରାପୁଲ ମର୍ଡର ମିଷ୍ଟ୍ରିରେ ଚର୍ଚ୍ଚାକୁ ଆସିଥିଲା ମୟୁରଭଞ୍ଜ ଜିଲ୍ଲାର ଯଶିପୁର ଗାଁ ।

Get real time updates directly on you device, subscribe now.