fbpx

କେନ୍ଦ୍ରାପଡ଼ାରେ ମର୍ଡର: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ!

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେଣ୍ଡାଗୁଡ଼ା ଗାଁର ସେକ୍ ମାହାଲାସାହିରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଅଭିଯୁକ୍ତ ସ୍ୱାମୀ ମାନସିକ ବିକୃତ ଥିବା ପୋଲିସକୁ ସୂଚନା ମିଳିଛି । ମୃତ ମହିଳାଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ତେବେ ମୃତ ମହିଳା ଜଣଙ୍କ ହେଲେ ପ୍ୟାରୁନ ବିବି । ଗତକାଲି ରାତିରେ ପ୍ୟାରୁନ ଓ ତାଙ୍କ ସ୍ୱାମୀ ସୟଦ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ସୟଦ ଉଠି ଏକ ଟାଙ୍ଗିଆରେ ପ୍ୟାରୁନଙ୍କୁ ହାଣି ଦେଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଗ୍ରାମବାସୀ ପ୍ୟାରୁନଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ । ପ୍ୟାରୁନ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ସେମାନେ ଦେଖିଥିଲେ । ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.