fbpx

ଜିଲ୍ଲାପାଳ କଲେ ତାଗିଦ୍, ପିଲାମାନେ କରିପାରିବେନି ଷ୍ଟାଇଲିସ୍ ହେୟାରକଟ୍

ଅନେକ ସମୟରେ ଭିନ୍ନ-ଭିନ୍ନ ପ୍ରକାର ଷ୍ଟାଇଲରେ ଚୁଟି କାଟିବା ପିଲାଙ୍କୁ ବେଶ୍ ପସନ୍ଦ ଆସିଥାଏ । ତେବେ ଅବଶ୍ୟ ଏଥିପାଇଁ ଅଭିଭାବକମାନେ ବାରଣ କରିଥାନ୍ତି କିନ୍ତୁ, ହେଲେବି ଷ୍ଟାଇଲରେ ପିଲାମାନେ ଚୁଟି କଟାଇଥାନ୍ତି । କିନ୍ତୁ ଏହି ଷ୍ଟାଇଲରେ ଚୁଟି କାଟି ସ୍କୁଲ ଆସିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଜଣେ ଜିଲ୍ଲାପାଳ । ଆଉ ଛୋଟ ପିଲାଙ୍କର ଷ୍ଟାଇଲରେ ଚୁଟି କାଟିବାକୁ ଜିଲ୍ଲାର ସେଲୁନମାନଙ୍କୁ କଡ଼ା ତାଗିଦ୍ ମଧ୍ୟ କରିଛନ୍ତି ।

ତାମିଲନାଡୁ ଭେଲ୍ଲୋର ଜିଲ୍ଲା ଜିଲ୍ଲାପାଳ ପି କୁମାରଭେଲ ପାଣ୍ଡିଆନ୍ ଏହି ଚେତାବନୀକୁ ନେଇ ଚର୍ଚ୍ଚା । ପ୍ରକୃତରେ ଜିଲ୍ଲାପାଳ ନିକଟରେ ଏକ କାନିୟମବାଡ଼ି ଜିଲ୍ଲାର ଏକ ସ୍କୁଲ ପରିଦର୍ଶନରେ ଯାଇଥିଲେ ଏବଂ ସେଠାରେ କିଛି ପିଲାଙ୍କୁ ଏଭଳି ଫଙ୍କି ଷ୍ଟାଇଲରେ ଚୁଟି କାଟିଥିବାର ଦେଖିଥିଲେ ଯାହାକୁ ସେ ପସନ୍ଦ କରିନଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଜିଲ୍ଲାର ସବୁ ସେଲୁନକୁ ତାଗିଦ୍ କରିଥିଲେ ଯେ ସ୍କୁଲ ପିଲାଙ୍କର ଏଭଳି ଷ୍ଟାଇଲରେ ଚୁଟି ନକାଟିବାକୁ । ସେପଟେ ଜିଲ୍ଲାପାଳଙ୍କ ଏହି ତାଗିଦକୁ ତାମିଲନାଡୁ ହେୟାରଡ୍ରେସର ୱେଲଫେୟାର ଆସୋସିଏସନ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ମନ୍ତ୍ରୀଙ୍କୁ ଭେଟିଛନ୍ତି ।

ତେବେ ଘଟଣାକୁ ନେଇ ସଙ୍ଘର ଅସନ୍ତୋଷକୁ ନେଇ ଜିଲ୍ଲାପାଳ କହିଛନ୍ତି ଯେ କେବଳ ସରକାରଙ୍କ ସାମାଜିକ ଦାୟିତ୍ୱ ରହିଛି ଏଭଳି ସଂଘ ମାନଙ୍କର ମଧ୍ୟ ଦାୟିତ୍ୱ ରହିଛି । ସେ କହିଛନ୍ତି ଯେ ସ୍କୁଲ ଜୀବନରେ ଆଗକୁ ବଢ଼ିବା ପାଇଁ ପିଲାଙ୍କୁ ଶୃଙ୍ଖଳା ଶିଖିବା ଦରକାର । ସେ କହିଥିଲେ ଆମେ ଦେଖିଥିଲୁ ପିଲାମାନେ ଷ୍ଟାଇଲରେ ଚୁଟିକାଟିଥିଲେ, ଏମତିକି ସ୍କୁଲର ନିୟମ ଅନୂଯାୟୀ ୟୁନିଫର୍ମ ପିନ୍ଧିନଥିଲେ  । ଏଥିପାଇଁ ଆମେ ଏଭଳି ପଦକ୍ଷେପ ନେଇଛୁ । ପିଲାଙ୍କ ପାଇଁ ଶୃଙ୍ଖଳା ବହୁତ ଜରୁରୀ ହୋଇଥାଏ । ପିଲାଙ୍କୁ ନିୟମ ଭାଙ୍ଗିବାକୁ ଅନୁମତି ଦେଇପାରିବୁନାହିଁ ।

ସୂଚନାଯୋଗ୍ୟ, ଗତ ବର୍ଷ ଭେଲ୍ଳୋରେ ଏକ ମହାବିଦ୍ୟାଳୟର ପ୍ରିନ୍ସପାଲ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନେ ଲମ୍ବା ଚୁଟି କରି ଯେପରି କଲେଜ ନଆସିବେ ସେଥିପାଇଁ କଲେଜକୁ କଇଞ୍ଚି ଧରି ଆସୁଥିଲେ ।

Get real time updates directly on you device, subscribe now.