fbpx

ମୃତ ସ୍ୱାମୀଙ୍କ ସନ୍ତାନକୁ ଜନ୍ମ ଦେଲେ ମହିଳା, ଦୁଇ ବର୍ଷ ପୂର୍ବେ ହୋଇଥିଲା ଦେହାନ୍ତ

ଜଣେ ମହିଳାଙ୍କ ପାଇଁ ମା’ ହେବା ଏକ ବଡ଼ ସୌଭାଗ୍ୟ । କିନ୍ତୁ ବେଳେବେଳେ ମହିଳା ଏହି ସୁଖର ବଞ୍ଚିତ ହୋଇଥାନ୍ତି । ଆଉ ଯଦି ମା’ ହେବା ପୂର୍ବରୁ ହିଁ ସ୍ୱାମୀଙ୍କ ମୃତ୍ୟୁ ହୋଇଥାଏ ତେବେ ପତ୍ନୀଙ୍କର ସବୁକିଛି ସରିଯାଏ । ତେବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କୁ ଖୁସି ମଧ୍ୟ ଲାଗିବ ।

ପ୍ରକୃତରେ ଜଣେ ମହିଳା ଦୁଇ ବର୍ଷ ତଳେ ମୃତ୍ୟୁ ହୋଇଥିବା ନିଜ ସ୍ୱାମୀଙ୍କୁ ସନ୍ତାନକୁ ଜନ୍ମ ଦେଇଛନ୍ତି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପ୍ରକୃତରେ ମହିଳା ଜଣକ ତାଙ୍କ ସ୍ୱାମୀ ଫ୍ରୋଜେନ୍ ସ୍ପର୍ମରୁ ଆଇଭିଏଫ୍ ଟେକ୍ନୋଲୋଜୀ ଦ୍ୱାରା ଗର୍ଭଧାର କରିବାରେ ସକ୍ଷମ ହୋଇଥିଲେ ।

ଳିଭରପୁଲର ଜଣେ ଲରେନ୍ ମେକଗ୍ରୋଗର ନାମକ ୩୩ ବର୍ଷୀୟ ମହିଳା ନିଜ ସ୍ୱାମୀଙ୍କ ଫ୍ରୋଜେନ୍ ସ୍ପର୍ମରୁ ଗର୍ଭଧାରଣ କରିଥିଲେ । ତାଙ୍କ ସ୍ୱାମୀ କ୍ରିସଙ୍କ ମୃତ୍ୟୁ ଜୁଲାଇ ୨୦୨୦ ରେ ହୋଇଥିଲା । କ୍ରିସଙ୍କୁ ଟର୍ମିନାଲ ବ୍ରେନ୍ ଟ୍ୟୁମର ହୋଇଥିଲା ଏବଂ ସେ ଏହି ରୋଗରେ ପ୍ରାଣ ହରାଇଥିଲେ । ତେବେ ପ୍ରାୟ ଦୁଇବର୍ଷ ପରେ ଲରେନ୍ ଏବେ ତାଙ୍କ ସ୍ୱର୍ଗତ ସ୍ୱାମୀଙ୍କ ସନ୍ତାନକୁ ଜନ୍ମ ଦେଇଥିଲେ ।

ଏହି ୩୩ ବର୍ଷୀୟ ମହିଳା ଲିଭରପୁରରେ ରହନ୍ତି ଏବଂ ସେ ତାଙ୍କ ସ୍ୱାମୀଙ୍କ ଗଚ୍ଛିତ ସ୍ପର୍ମ ଦ୍ୱାରା ଗର୍ଭଧାରଣ କରିବାରେ ସକ୍ଷମ ହୋଇଥିଲେ । ରିପୋର୍ଟ ଅନୂଯାୟୀ ସେ ଆଇଭିଏଫ୍ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ପ୍ରାୟ ୯ ମାସ ଅପେକ୍ଷା କରିଥିଲେ । ଲରେନ ଏକ ପୁତ୍ର ସନ୍ତାକୁ ଜନ୍ମ ଦେଇଛନ୍ତି । ଲରେନ କୁହନ୍ତି ଯେ ତାଙ୍କ ପୁଅର ନାମ ସେବ୍ ରଖିଛନ୍ତି । ସେ ଦେଖିବାକୁ ପୂରା କ୍ରିସଙ୍କ ପରି ।

Get real time updates directly on you device, subscribe now.